ତିର୍ତ୍ତୋଲ ନବନିର୍ମାଣ କୃଷକ ସଂଗଠନର ବିଧାନସଭା ଘେରାଉ ପାଇଁ ପ୍ରସ୍ତୁତି ବୈଠକ

0

ତିର୍ତ୍ତୋଲ/ପାରାଦୀପ (ରମେଶ ମହାନ୍ତି)  :ତିର୍ତ୍ତୋଲ ବ୍ଲକ ତିର୍ତ୍ତୋଲ ପଞ୍ଚାୟତ ସ୍ଥିତ ନାଉସିରା ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଂଗଠନର ଏକ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି।ରାଜକିଶୋର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଂଯୋଜକ ଦୁର୍ଗା ଚରଣ ସ୍ୱାଇଁ,ବାବାଜି ଚରଣ ଜେନା ଯୋଗଦେଇ ଆଗାମୀ ୬ତାରିଖ ଦିନ ବିଧାନସଭା ଘେରାଉ ରେ ଅଧିକରୁ ଅଧିକ ଚାଷୀମାନେ ଯୋଗଦେବାକୁ ଆହ୍ବାନ ଦେଇଥିଲେ।ଉକ୍ତ ବୈଠକରେ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଅଧିର ରଞ୍ଜନ ସ୍ୱାଇଁ,ପ୍ରମୋଦ ତ୍ରିପାଠୀ,ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାୟ,ସହସଂପାଦକ ଅଶୋକ ବାରିକ,ରାଜନ ବିଶ୍ୱାଳ,ପଂଚାୟତର ସଂଯୋଜକ ବନବିହାରୀ ଆଚାର୍ଯ୍ୟ,ପ୍ରମୋଦ ଦାସ,ଉତ୍ତମ ମହାନ୍ତି,ଗଗନ ବରାଳ,କୁଳମଣୀ ରାଉତ,ମନୋଜ ପଟ୍ଟନାୟକ,ଶେଖର ବେହେରା,ଗୌରହରି ସ୍ୱାଇଁ,ଅନିରୁଦ୍ଦ ପ୍ରଧାନ,ସାରଦା ନାୟକ,ସେକ ସମିଉଲ୍ଲା,ଗଗନ ବିହାରି ଜେନା,ପ୍ରମୋଦ ପରିଡା,ଅସିତ୍ କୁମାର ମଲ୍ଲିକ,ମାନ ଗୋବିନ୍ଦ ପଣ୍ଡା,ଅଜୟ ସେଠୀ,ବିଜୟ ଦାସ,ବାମଦେବ ସାହୁ,ପ୍ରଦିପ୍ତ ଦାସଙ୍କ ସମେତ ଶତାଧିକ ଚାଷୀ ଯୋଗ ଦେଇଥିଲେ।

Leave A Reply

Your email address will not be published.