ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲ ରେ ଗୁରୁ ଦିବସ ପାଳିତ।

3

” ଗୁରୁ ଅନ୍ଧକାର ରୂପକ ଅଜ୍ଞାନତାକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି “

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲାର ଗୁଣପୁର ସଦର ସ୍ଥିତ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଣ୍ଟର ନେସନାଲ ପବ୍ଲିକ ସ୍କୁଲରେ ଗୁରୁ ଦିବସ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମିଶ୍ର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନର୍ସରୀ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ପରିବେଶକୁ ଗୁରୁଭକ୍ତିର ଗୁଞ୍ଜନରେ ମୁଖରିତ କରିଥିଲେ । ଛାତ୍ରଛାତ୍ରୀମାନେ ଚନ୍ଦନ ସିନ୍ଦୁର ଦେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବନ୍ଦାପନା କରି ଗୁରୁ ବନ୍ଦନା ଗାନ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡିଶୀ ତଥା ଲୋକନୃତ୍ୟ ମାଧ୍ୟମରେ ଗୁରୁଶିଷ୍ୟ ସମ୍ପର୍କର ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଆଜି ଦିନର ତାତ୍ପର୍ଯ୍ୟ ବିଷୟରେ ନିଜର ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମିଶ୍ର ଛାତ୍ରଛାତ୍ରୀଙ୍କୁ କହିଥିଲେ, ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଜୀବନରେ ଶ୍ରେଷ୍ଠ ମାର୍ଗଦର୍ଶକ ଅଟନ୍ତି।ତେଣୁ ତାଙ୍କ ପ୍ରତି ଭକ୍ତି ଓ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ ହିଁ ତୁମର ଜୀବନର ମୁଖ୍ୟ ଲକ୍ଷ୍ୟ ହେବା ଉଚିତ । ସଭାପତି ବ୍ରଜ ସୁନ୍ଦର ପାଢ଼ୀ ପିଲାମାନଙ୍କୁ କହିଥିଲେ ଯେ ଛାତ୍ର ଛାତ୍ରୀ ମାନେ ସର୍ବଦା ଗୁରୁମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରିବା ଓ ସେମାନଙ୍କ ଠୁ ଜ୍ଞାନ ଆହରଣ କରିବା ପାଇଁ ଉପଦେଶ ଦେଇଥିଲେ। ସେହିପରି ଉପ ସଭାପତି ସନ୍ତୋଷ କୁମାର ଗୁରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଗୁରୁ ଅନ୍ଧକାର ରୂପକ ଅଜ୍ଞାନତାକୁ ଦୂର କରି ଜ୍ଞାନର ଆଲୋକ ପ୍ରଦାନ କରନ୍ତି । ତେଣୁ ଦେଶର ଭବିଷ୍ୟତ ନିର୍ମାଣ କରୁଥିବା ଶିକ୍ଷକମାନେ ସର୍ବଦା ଚୀର ନମସ୍ୟ ଅଟନ୍ତି ।ବିଦ୍ୟାଳୟର ସମ୍ପାଦକ ରାଜେଶ କୁମାର ପଣ୍ଡା ପିଲାମାନଙ୍କୁ ଦୁଇଟି ଗଳ୍ପ ମାଧ୍ୟମ ରେ କହିଥିଲେ ଯେ ପିଲାମାନେ ଗୁରୁ ହେଉଛନ୍ତି ଏପରି ଏକ ଶକ୍ତି ଯାହାଙ୍କ ଦ୍ୱାରା ଦୁନିଆର ସମସ୍ତ ଅସମ୍ଭବ କୁ ସମ୍ଭବ କରି ଜୀବନର ଅନ୍ତିମ ଲକ୍ଷ ସ୍ଥଳରେ ପହଂଚିପାରିବ ବୋଲି ବ୍ୟକ୍ତ କରିଥିଲେ। ଆଜିର ଗୁରୁ ଦିବସ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦୁଇ ବରିଷ୍ଠ ଛାତ୍ରୀ ସାଇ ଶ୍ରଦ୍ଧା ପାଢ଼ୀ ଓ ପ୍ରିଶା ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ଟି ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ରଙ୍କ ସହଯୋଗ ରେ ଅନୁଷ୍ଠିତ ହୋଇଥିଲା। ପରିଚାଳନା ଟ୍ରଷ୍ଟ ପକ୍ଷରୁ ଗୁରୁ ଦିବସରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

 

Leave A Reply

Your email address will not be published.