ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ପବିତ୍ର ଗୁରୁ ଦିବସ ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠାପର କର୍ତ୍ତବ୍ୟ ଏବଂ ଉନ୍ନତ ତଥା ଗୁଣାତ୍ମକ ଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ସମଗ୍ର ରାଜ୍ୟରେ ମନୋନୀତ ଶିକ୍ଷକ ମାନଙ୍କୁ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ପ୍ରଦାନ କରାଯାଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ର ତିନି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ହାସଲ କରି ବେଲଗୁଣ୍ଠା ବ୍ଳକ୍ ପାଇଁ ଗର୍ବ ଆଣିଛନ୍ତି I ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ହାସଲ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ହେଲେ ଗାଙ୍ଗପୁର ଶରତଚନ୍ଦ୍ର ଫଣ୍ଡ ସ୍ମାରକୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅବନୀ କୁମାର ଷଡ଼ଙ୍ଗୀ, ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠର ଶିକ୍ଷକ ପ୍ରଭାତ କୁମାର ଗୌଡ ଏବଂ ବାଣତୁମ୍ବ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିଷ୍ଣୁରାଣୀ ଡାକୁଆ I ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଦାନ କ୍ଷେତ୍ରରେ ଶିକ୍ଷକ ଅବନୀ କୁମାର ଷଡଙ୍ଗୀ ପୁରସ୍କାର ହାସଲ କରିଥିବା ବେଳେ ତୃତୀୟ ଭାଷା ଶିକ୍ଷା ଦାନ କ୍ଷେତ୍ରରେ ଶିକ୍ଷକ ପ୍ରଭାତ କୁମାର ଗୌଡ଼ ପୁରସ୍କାର ହାସଲ କରିଛନ୍ତି I ସେହିପରି ପ୍ରାଥମିକ ବିଦ୍ୟାଳୟ ବର୍ଗରେ ବିଷ୍ଣୁ ରାଣୀ ଡାକୁଆ ବ୍ଳକ୍ ଏକ ମାତ୍ର ଶିକ୍ଷୟିତ୍ରୀ ଭାବେ ଏହି ପୁରସ୍କାର ହାସଲ କରିଛନ୍ତି I ସମସ୍ତ ତିନି ଶିକ୍ଷକ ଶିକ୍ଷୟିତ୍ରୀ ଛତ୍ରପୁର ଅଂସ୍ଲୋରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଗୁରୁ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଳାପାଳଙ୍କ ଠାରୁ ପ୍ରଶଂସା ପତ୍ର ଏବଂ ଟ୍ରଫି ଗ୍ରହଣ କରିଥିଲେ I ମୁଖ୍ୟ ମନ୍ତ୍ରୀ ପୁରସ୍କାର ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ,ଏବିଇଓ ଗୋବିନ୍ଦ ଚନ୍ଦ୍ର ପାଢୀ, ପ୍ରତିଭା ରଥ, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ, ମନୋଜ କୁମାର ଘଡାଇ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି I
Sign in
Sign in
Recover your password.
A password will be e-mailed to you.