
ପଦ୍ମପୁର:- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଗୁରୁଦିବସ ପାଳିତ ହୋଇଯାଇଛି। ପ୍ରାତଃ ପର୍ଯ୍ୟାୟ ରେ ରିତୁ ସାହୁ ସଂଯୋଜନା କରିଥିବା ବେଳେ ଛବିର ଡନସନା ଓ ଜୀବନାନନ୍ଦ ଶତପଥୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ବିଷୟରେ ଓ ଗୁରୁଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ lଲିଲି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଭାଇଭଉଣୀ ମାନଙ୍କ ଦ୍ଵାରା ଗୁରୁ ପୂଜନ କରାଯାଇ ଥିଲା।ସେହିଭଳି ଶିଶୁ ମନ୍ଦିର ପରିସରରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପିତବାସ ସାହୁ ଯୋଗଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରି ଗୁରୁ ପରମ୍ପରା ବିଷୟରେ ଆଲୋଚନା କରିଥିଲେ। ପ୍ରଦୀପ ରାଜହଂସ କାର୍ଯ୍ୟକ୍ରମ ର ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ସାହା ଗୁରୁଦିବସ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ। ମିନତି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଭାଇଭଉଣୀ ମାନଙ୍କ ଦ୍ଵାରା ଗୁରୁ ପୂଜନ କରାଯାଇ ଥିଲା । ବିଦ୍ୟା ମନ୍ଦିର ପରିସରରେ ବିବିଦ୍ୟା ମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଗୁରୁ ଦିବସର ବିଶେଷତ୍ତ୍ବ ତଥା ସ୍ବାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ସିଦ୍ଧାର୍ଥ ଶେଖର ସାହୁ ଭାଇ ଓ ଶୁଭଶ୍ରୀ ପ୍ରଧାନ ଭଉଣୀ ଗୁରୁ ଦିବସ ବିଷୟରେ ବକ୍ତବ୍ୟ ପ୍ରଧାନ କରିଥିଲେ । ଦଶମ ଶ୍ରେଣୀର ଭାଇ ଭଉଣୀଙ୍କ ଦ୍ଵାରା ଗୁରୁ ପୂଜନ କାର୍ଯ୍ୟକ୍ରମ ସୁନ୍ଦର ଭାବରେ ହୋଇଥିଲା । ସେଫାଳୀ ପ୍ରଧାନ ଭଉଣୀ ଓ ନଚିକେତା ମିଶ୍ର ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଶ୍ରୀମତୀ କଲ୍ୟାଣୀ ମିଶ୍ର ଗୁରୁମା ଭାଇ ଭଉଣୀମାନଙ୍କୁ ଆଶୀର୍ବଚନ କରିଥିଲେ ।ଶେଷରେ ଆଦର୍ଶ ଭଇଁସାଲ ଭାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.