ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଆୟୋଗ ସଦସ୍ୟ ଶ୍ରୀଯୁକ୍ତ ପ୍ରିୟବ୍ରତ ସାମନ୍ତରାୟ , ଶ୍ରୀ ଅକ୍ଷୟ କୁମାର ବେହେରା ଓ ଶ୍ରୀ ଦୟାନିଧି ଦାଶଙ୍କ ତିନିଦିନିଆ ଗସ୍ତରେ ଆସି ଗୁମ୍ମା , ମୋହନା ଓ ଗୋଷାଣୀ ବ୍ଲକର ବିଭିନ୍ନ ସ୍ଥାନରକୁ ପରିଦର୍ଶନ କରି ରାଜ୍ୟ ଦକ୍ଷତା ବିକାଶ ମିଶନ , ଆଶ୍ରମ ବିଦ୍ୟାଳୟ , ପୋଷଣ ,ମଧ୍ୟାହ୍ନ ଭୋଜନ ,ସମନ୍ଵିତ ଶିଶୁ ବିକାଶ ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଇତ୍ୟାଦି ବିଷୟରେ ସମୀକ୍ଷା କରିଥିଲେ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟଙ୍କ ଜିଲ୍ଲା ଗ୍ରସ୍ତର ବିଭିନ୍ନ ଆନୁଷଙ୍ଗିକ ବିଷୟରେ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଅଙ୍ଗନୱାଡି କେନ୍ଦ୍ର , ବିଦ୍ୟାଳୟ ଓ ଆଶ୍ରମ ସ୍କୁଲ ଗୁଡ଼ିକରେ ବିଭାଗୀୟ ଅଧିକାରୀଙ୍କୁ ନିରୀକ୍ଷଣ କରିବାକୁ କହିଥିଲେ। ସେହିପରି ଚାଉଳ ଯୋଗାଣ କେନ୍ଦ୍ର ଓ E-kyc ଶତ ପ୍ରତିଶତ କାର୍ଯ୍ୟକାରିବ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟ ଠିକ ଭାବେ ତୁଲାଇବାକୁ ପରାମର୍ଶ ଦେଇଥିଲେ ଓ ବିଦ୍ୟାଳୟ ଗୁଡ଼ିକୁ ସୁସ୍ଥ ପରିବେଶ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ସେହିପରି ଉନ୍ନତମାନର ଖାଦ୍ୟ ସରକାରଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଓ ରାଜ୍ଯ ଖାଦ୍ୟ ନିରାପତ୍ତା ଯୋଜନା ଠିକ ଭାବରେ କାର୍ଯ୍ୟକାରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଶଙ୍କର କେରକେଟା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୋଲମନ୍ ରାଇକା , ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହମ୍ମଦ ମୁବାକ୍ ଅଲ୍ଲୀ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରୋଗ୍ରମ ଅଫିସର୍ ଶ୍ରୀମତୀ ସାରଳା ପାତ୍ର , ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସୁହାନ ଭୋଇ , ସହକାରୀ ଯୋଗାଣ ଅଧିକାରୀ ଗଜପତି ସମସ୍ତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.