ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ‘ଆଦି କର୍ମଯୋଗୀ ଅଭିଯାନ’ର ତିନିଦିନିଆ କର୍ମଶାଳା ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମଙ୍ଗଳ ବିଭାଗ ମିଳିତ ଆନୁକୁଲ୍ୟରେ ତାଲିମ ଅନୁଷ୍ଠିତ ହୋଇଯାଇଅଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ଆଦି କର୍ମଯୋଗୀ ଅଭିଯାନର ଜିଲ୍ଲା ପ୍ରଭାରୀ ଶ୍ରୀ ସତୀଶ୍ କୁମାର ସିଂ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସଲମନ ରାଇକା ପ୍ରମୁଖ ମଞ୍ଚାସିନ ଥିଲେ। ଆଦି କର୍ମଯୋଗୀ ଅଭିଯାନ ଜିଲ୍ଲାର ୩୪୫ଟି ଜନଜାତି ବହୁଳ ଗ୍ରାମକୁ ସାମିଲ କରାଯାଇଛି। ଏହି କର୍ମଶାଳାର ଅତିରିକ୍ତ ଜିଲ୍ଲାପାଳ ଶ୍ରଯୁକ୍ତ ମାଝୀ ପ୍ରଥମ ଦିନରେ ଆଦି କର୍ମଯୋଗୀ ଅଭିଯାନର ତିନିଦିନିଆ କର୍ମଶାଳାର ପ୍ରଥମ ଦିନରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଜିର ଦିନଟି ଆମ ଗଜପତି ଜିଲ୍ଲା ପାଇଁ ଅତ୍ୟନ୍ତ ଗୌରବମୟ। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ଜନଜାତୀୟ ଅଞ୍ଚଳରେ ସରକାରୀ ଯୋଜନା ଏବଂ ସୁବିଧାଗୁଡ଼ିକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା , ପ୍ରତ୍ୟେକ ପରିବାର , ପ୍ରତ୍ୟେକ ଗ୍ରାମ , ପ୍ରତ୍ୟେକ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସରକାରୀ ଯୋଜନାର ଲାଭ ପହଞ୍ଚାଇବା। ଜନଜାତୀୟ ଅଞ୍ଚଳରେ ସାମାଜିକ , ଅର୍ଥନୈତିକ , ଶିକ୍ଷା , ସ୍ବାସ୍ଥ୍ୟ ଓ ଗମନାଗମନ ଉନ୍ନତୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକର ସଠିକ୍ କାର୍ଯ୍ୟ କରିବାକୁ ପଡ଼ିବ। ଏହି କର୍ମଶାଳାରେ ଆପଣମାନେ ପରିବର୍ତ୍ତନର ସୂତ୍ରଧାର , ବ୍ଲକ୍ ମାଷ୍ଟର ଟ୍ରେନର , ଜିଲ୍ଲା ମାଷ୍ଟର ଟ୍ରେନର , ବ୍ଲକ୍ ଏବଂ ଜିଲ୍ଲା ସ୍ତରର ସମସ୍ତ ସହଭାଗୀଙ୍କ ସଂପୂର୍ଣ୍ଣ ସମନ୍ୱୟ ରହିଲେ , ଆମେ ପ୍ରତ୍ୟେକ ଗ୍ରାମକୁ ସମସ୍ତ ପ୍ରକାର ସରକାରୀ ସୁବିଧା ପହଞ୍ଚାଇ ପାରିବା। ପ୍ରତ୍ୟେକ ବ୍ଲକ୍ ମାଷ୍ଟର ଟ୍ରେନର ଓ ଜିଲ୍ଲା ମାଷ୍ଟର ଟ୍ରେନର ଙ୍କୁ ସମ୍ପୂର୍ଣ୍ଣ ଜ୍ଞାନ ଓ କୌଶଳ ସହିତ ପ୍ରସ୍ତୁତ କରିବା , ଗ୍ରାମସ୍ତରରେ ଲୋକମାନଙ୍କୁ ସରକାରୀ ଯୋଜନା ବିଷୟରେ ସଚେତନ କରିବା , ପ୍ରତ୍ୟେକ ପରିବାରର ସମସ୍ୟା ଗୁଡ଼ିକୁ ବୁଝି ସମାଧାନ କରିବା , ପ୍ରତ୍ୟେକ ବ୍ଲକ୍ , ଗ୍ରାମରେ ପଞ୍ଚାୟତକୁ ଜନମୁଖୀ କରିବାକୁ ଉପସ୍ଥିତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀ କହିଥିଲେ ଆଦି କର୍ମଯୋଗୀ ଅଭିଯାନର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ କର୍ମଶାଳାର ଆଭିମୂଖ୍ୟ ସୂଚନା ପ୍ରଦାନ କରି ଆମେ ସମସ୍ତ ଏକ ସଙ୍ଗେ , ଏକ ଲକ୍ଷ୍ୟରେ କାର୍ଯ୍ୟ କରିବାକୁ ପଡ଼ିବ ଯେପର୍ଯ୍ୟନ୍ତ ଆମ ଗଜପତି ଜିଲ୍ଲାର ପ୍ରତ୍ୟେକ ପରିବାର , ପ୍ରତ୍ୟେକ ଗ୍ରାମ , ପ୍ରତ୍ୟେକ ଜନସାଧାରଣ ସରକାରୀ ସେବାରୁ ଲାଭାନ୍ବିତ ନହେବ , ସେପର୍ଯ୍ୟନ୍ତ ଆମର ପ୍ରୟାସ ଜାରି ରହିବ।
ଜିଲ୍ଲା ମାଷ୍ଟର ଟ୍ରେନର ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଆର.ଉଦୟଗିରି , ଗୁମ୍ମା ଓ ରାୟଗଡ ଉପସ୍ଥିତ ରହି ବିଭିନ୍ନ ସରକାରୀ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜିଲ୍ଲାର ୭ ଗୋଟି ବ୍ଲକ୍ ର ୫୫ ଜଣଙ୍କୁ ବ୍ଲକ୍ ମାଷ୍ଟର ଟ୍ରେନର ଭାବରେ ତାଲିମ ଦିଆଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ସମନ୍ଵିତ ଶିଶୁ ବିକାଶ ଅଧିକାରୀ , ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧି , ନୀତି ଆୟୋଗର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.