ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ନିଯୁକ୍ତି ଭିତ୍ତିକ ତାଲିମ୍ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ତାଲିମ୍ ପ୍ରାପ୍ତ ୨୭ ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ରାଜ୍ୟ ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ୨୭ ଜଣ ଯୁବକ ଯୁବତୀଙ୍କୁ Logistics Goods Packaging Machine Operator ଟ୍ରେଡରେ ସମ୍ପୂର୍ଣ୍ଣ ମାଗଣା ଆବାସିକ ତାଲିମ୍ ଯୋଗାଇ ଦିଆ ଯାଇଥିଲା। ସମସ୍ତ ଯୁବକ ଯୁବତୀଙ୍କୁ Big Basket , ହାଇଦ୍ରାବାଦରେ ନିଯୁକ୍ତି ପ୍ରଦାନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଅମିଗୋଷ ପ୍ରାଇଭେଟ୍ ଲିମିଟେଡ଼ (Amigos Pvt.Ltd)ର କର୍ମ କର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post