ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ବେଲଗୁଣ୍ଠାରେ କିଛି ବର୍ଷ ହେବ ସମୂହ ଗଣେଶ ବିସର୍ଜ୍ଜନ ଏକ ସ୍ଵତନ୍ତ୍ର ପରମ୍ପରା ଭାବେ ଅନୁଷ୍ଠିତ ହୋଇ ଆସୁଛି I ଏହି ପ୍ରରିପ୍ରେକ୍ଷୀରେ ମଙ୍ଗଳବାର ସନ୍ଧ୍ୟାରେ ବେଲଗୁଣ୍ଠା ଏବଂ ଆଖାପାଖ ଅଞ୍ଚଳର ଏଗାରଟି ବଡ଼ ଗଣେଶ ମୂର୍ତ୍ତୀକୁ ଏକ କାଳୀନ ବିସର୍ଜ୍ଜନ କରାଯାଇଛି I ପୂର୍ବରୁ ଥାନାରେ ଲଟେରୀ ମାଧ୍ୟମରେ ଗଣେଶ ମେଢ଼ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା I ସେହି ଅନୁସାରେ ସନ୍ଧ୍ୟା ସାତ ଘଣ୍ଟା ତିରିଶି ମିନିଟ୍ ସମୟରେ ସମସ୍ତ ମେଢ଼ ବଡ଼ଦାଣ୍ଡ ଠାରେ ପହଞ୍ଚିବା ପରେ ବେଲଗୁଣ୍ଠା ତହସିଲଦାର ତଥା ବିଡ଼ିଓ କଳାକୃଷ୍ଣ ପ୍ରଧାନ୍ ମୁଖ୍ୟ ଅତିଥି ଭାବେ ୧୦୮ ଆଳତୀରେ ଯୋଗ ଦେଇଥିଲେ I ୧୦୮ ସମୂହ ଆଳତୀ ହେବାପରେ ବିଘ୍ନ ବିନାଶକଙ୍କ ଭସାଣୀ ଶୋଭାଯାତ୍ରା ଆରମ୍ଭ ହୋଇଥିଲା I ବଡ଼ଦାଣ୍ଡ,ବାଙ୍କି ବଜାର ଦେଇ ଫାଣ୍ଡି ଛକକୁ ଶୋଭାଯାତ୍ରା ବାହାରିବା ପରେ ହାଟପଦା, ମେଦୀରି ସାହି ଛକ, ଆଳିଆ ସାହି ଛକ, ଗୋପୀନାଥ ସାହି ଛକ ଦେଇ ବାଲିଡି ସ୍କୁଲ୍ ଠାରେ ନଅ ଘଣ୍ଟା ତିରିଶି ମିନିଟ୍ ରେ ଏହା ସମାପ୍ତ ହୋଇଥିଲା I ଏଥିରେ ତହସିଲଦାର କଳାକୃଷ୍ଣ ପ୍ରଧାନ,ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା, ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନଙ୍କ ସମେତ ଗୋଟିଏ ସେକ୍ସନ୍ ପୋଲିସ୍ ମୁତୟନ ହୋଇଥିଲେ I ପ୍ରାୟ କୋଡ଼ିଏ ହଜାରରୁ ଊର୍ଦ୍ଧ୍ଵ ଜନ ସମାଗମକୁ ଆଖି ଆଗରେ ରଖି ବେଲଗୁଣ୍ଠା ଅଗ୍ନିଶମ ବାହିନୀ, ବିଦ୍ୟୁତ୍ ବିଭାଗ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ I ପୋଲିସ୍ ପ୍ରଶାସନ ପୂର୍ବରୁ ଡିଜେ ପାଇଁ ମନା କରିଥିବାରୁ ଆସିଥିବା ଡିଜେ ଗୁଡିକରୁ ପୋଲିସ ଏବଂ ତହସିଲଦାରଙ୍କ ଉପସ୍ଥିତରେ ସମସ୍ତ ବେସ୍ କୁ ବାହାର କରି ଦିଆଯାଇଥିଲା I କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ପ୍ରେସକ୍ଳବ ଏବଂ ଏନ୍ଏସି ତରଫର୍ରୁ ପରିଚାଳନା କରାଯାଇଥିବା ବେଳେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠି, କାଉନସିଲର ଏସ ଭାସ୍କର ପାତ୍ର, ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ ସାହୁ, ସାମ୍ବାଦିକ ଶିବରାମ ଚୌଧୂରୀ, ତୋଫାନ ସାହୁ, ସଦାଶିବ ପାଣିଗ୍ରାହୀ, ନାରାୟଣ ପଣ୍ଡା, ମନୋଜ ପାତ୍ର, ସୁରେଶ ସୁବୁଦ୍ଧି, ପଞ୍ଚାନନ ନାୟକ, ପଞ୍ଚାନନ ସାହୁ ଙ୍କ ସମେତ ବହୁ କାଉନସିଲର୍ ଉପସ୍ଥିତ ରହି ସହଯୋଗ କରିଥିଲେ I ଅନୁଷ୍ଠିତ ୧୦୮ ଆଳତୀରେ ପୁରୋହିତ ରୂପେ ଜଗନ୍ନାଥ ମନ୍ଦିର ପୂଜକ ଲିଟୁ ପତି, ଜ୍ଞାନେନ୍ଦ୍ର ପତି ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ଶିବାଶିଷ ସାହୁ, ତୋଫାନ୍ ପାତ୍ର, ଧୋବା ପାତ୍ର, ପ୍ରଭାତ ନାଇକ, ଶୁଭ୍ରାଂଶୁ ସାହୁ, ନିକେଶ୍ କୁମାର ସିଅ, ସୁଜିତ୍ କୁମାର ବେହେରା,ଅଭିଷେକ ମହାପାତ୍ର, ସମ୍ଭ୍ରାନ୍ତ ପାଣିଗ୍ରାହୀ ପ୍ରମୁଖ କମିଟି ମୁଖ୍ୟ ନିଜ ନିଜ ସାହି ମେଢ଼ର ତଦାରଖ କରିଥିଲେ I ସମୂହ ବିସର୍ଜନରେ ପେଣ୍ଠ ସାହି, କୋଳି ସାହି, ଗୋଲା ସାହି,ଧନିଜା ପଲ୍ଲୀ, କେଉଟ ସାହି, ଖଦାଳ ସାହି, ଗୋପୀନାଥ ସାହି, କୋକଲୁଣ୍ଡା,ଶୁଣ୍ଢୀ ସାହି, ଚଷା ସାହି ଏବଂ ହାଟପଦାର ମେଢ଼ ଅଂଶଗ୍ରହଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post
Next Post