ଜିଓର ହାପି ନ୍ୟୁ ଇୟର ଅଫର: ମାତ୍ର ୩୯୯ ଟଙ୍କାରେ ଅସୀମିତ ୪ଜି ଓ ୫ଜି ଡାଟା

8

  • ୩୯୯ ଟଙ୍କା ପ୍ଲାନରେ ନୂଆ ଫ୍ଲାଗସିପ୍ ପ୍ଲାନ୍ ରେ ୨୮ ଦିନ ଯାଏଁ ଡାଟା ବ୍ୟବହାରରେ କୌଣସି ଦୈନିକ ସୀମା ନାହିଁ; ମାଗଣା ଭଏସ୍ କଲିଂ ସୁବିଧା ଉପଲବ୍ଧ
  • ୩,୯୯୯ ଟଙ୍କା ପ୍ଲାନରେ ପୂରା ବର୍ଷ ଅସୀମିତ ୪ଜି ଓ ୫ଜି ଡାଟା ସହ କାନଭା ଓ ଜିଓହଟଷ୍ଟାର ଭଳି ଡିଜିଟାଲ୍ ସୁବିଧା
  • ଅନ୍ୟ ପ୍ଲାନ୍ ପାଇଁ ୧୫ ଟଙ୍କା ଓ ୨୫ ଟଙ୍କାର ୫ଜି ଆଡ୍-ଅନ୍ ପ୍ୟାକ; ୫୦ ଟଙ୍କାରେ ରାତି ୧୨ ଟାରୁ ସକାଳ ୫ ଟା ଯାଏଁ ଅସୀମିତ ଡାଟା

ମୁମ୍ବାଇ, ୨୩ ନଭେମ୍ବର ୨୦୨୬: ନୂଆ ବର୍ଷ ଆସିବାକୁ ଆହୁରି କିଛି ଦିନ ବାକି ଥିବାବେଳେ ଜିଓ ନିଜ ଗ୍ରାହକଙ୍କ ପାଇଁ “ନୋ ଡାଟା ଲିମିଟ୍” ବା ଅସୀମିତ ଡାଟା ସୁବିଧା ସହ ହାପି ନ୍ୟୁ ଇୟର ଅଫର ଆଣିଛି। କମ୍ପାନୀ ପକ୍ଷରୁ “ହାପି ନ୍ୟୁ ଇୟର ୨.୦” ଅଧୀନରେ ଅସୀମିତ ୪ଜି ଓ ୫ଜି ଡାଟା ସୁବିଧା ଥିବା ନୂଆ ପ୍ଲାନ୍ ଆରମ୍ଭ କରାଯାଇଛି। ଏଥିରେ ସବୁଠାରୁ ଆକର୍ଷଣୀୟ ହେଉଛି ୩୯୯ ଟଙ୍କା ମୂଲ୍ୟର ନୂଆ ଫ୍ଲାଗସିପ୍ ପ୍ଲାନ୍। ଏହି ପ୍ଲାନ୍ ରେ ୨୮ ଦିନ ଯାଏଁ ବିନା କୌଣସି ଡାଟା ସୀମାରେ ୪ଜି ଓ ୫ଜି ଇଣ୍ଟରନେଟ୍ ବ୍ୟବହାର କରିହେବ। ଏଥିସହ ମାଗଣା ଭଏସ୍ କଲିଂ ଏବଂ ପ୍ରତିଦିନ ୧୦୦ଟି ଏସଏମଏସ୍ ସୁବିଧା ମଧ୍ୟ ମିଳିବ। ଅର୍ଥାତ୍ ଭିଡିଓ ଷ୍ଟ୍ରିମିଂ, ଗେମିଂ ହେଉ କି ସୋସିଆଲ୍ ମିଡିଆ ବ୍ୟବହାର, ଡାଟା ସରିଯିବା ନେଇ ଆଉ ଚିନ୍ତା କରିବାକୁ ପଡ଼ିବନି। ଜିଓ ନିଜର ଦଶମ ବାର୍ଷିକୀ ଉତ୍ସବକୁ ଆଗକୁ ବଢ଼ାଇ ଏହି ଆକର୍ଷଣୀୟ ଅଫର ଆଣିଛି।
ପ୍ରତି ମାସରେ ରିଚାର୍ଜ କରିବାରୁ ମୁକ୍ତି ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ୩,୯୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ମଧ୍ୟ ଆଣିଛି। ଥରେ ରିଚାର୍ଜ କଲେ ପୂରା ୩୬୫ ଦିନ ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା ସୁବିଧା ମିଳିବ। ଏହି ପ୍ଲାନରେ ମଧ୍ୟ ମାଗଣା ଭଏସ୍ କଲିଂ ଓ ପ୍ରତିଦିନ ୧୦୦ଟି ଏସଏମଏସ୍‌ର ସୁବିଧା ରହିଛି। ଉଭୟ ପ୍ଲାନ୍‌ର ବିଶେଷତ୍ୱ ହେଉଛି, ଏଥିରେ ୪ଜି ଓ ୫ଜି ଉଭୟ ନେଟୱର୍କରେ ଅସୀମିତ ଡାଟା ବ୍ୟବହାରର ସୁବିଧା ମିଳିବ। ଏଥିସହ ମନୋରଞ୍ଜନ, ଡିଜାଇନ୍ ଓ କ୍ଲାଉଡ୍ ଷ୍ଟୋରେଜ୍ ଭଳି ବିଭିନ୍ନ ଡିଜିଟାଲ୍ ସୁବିଧା ମଧ୍ୟ ଉପଲବ୍ଧ ହେବ।
ଜିଓର ଅନ୍ୟ ପ୍ଲାନ୍ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ମଧ୍ୟ କମ୍ପାନୀ ସ୍ୱତନ୍ତ୍ର ଅଫର ଆଣିଛି। ଯେଉଁ ଗ୍ରାହକଙ୍କୁ କିଛି ସମୟ ପାଇଁ ଅଧିକ ଡାଟା ଆବଶ୍ୟକ, ସେମାନେ ୧୫ ଟଙ୍କା କିମ୍ବା ୨୫ ଟଙ୍କାର ଅସୀମିତ ୫ଜି ଆଡ୍-ଅନ୍ ପ୍ୟାକ୍ ନେଇପାରିବେ। ୧୫ ଟଙ୍କାରେ ଗୋଟିଏ ଦିନ ଏବଂ ୨୫ ଟଙ୍କାରେ ଦୁଇ ଦିନ ଯାଏଁ ଅସୀମିତ ୫ଜି ଡାଟା ମିଳିବ। କମ୍ପାନୀ ଅନୁଯାୟୀ, ଏହି ଆଡ୍-ଅନ୍ ପ୍ୟାକ୍ ରେ ଡାଉନଲୋଡ୍ କିମ୍ବା ଡାଟା ବ୍ୟବହାର ଉପରେ କୌଣସି ସୀମା ରହିବ ନାହିଁ ଏବଂ ଇଣ୍ଟରନେଟ୍ ସ୍ପିଡ୍ ମଧ୍ୟ ଜାରି ରହିବ।
ସେହିପରି ବିଳମ୍ବିତ ରାତି ଯାଏଁ ଗେମିଂ, ରିଲସ ବା ଲଗାତାର ଭିଡିଓ ଦେଖିବା କିମ୍ବା କାମ କରୁଥିବା ଗ୍ରାହକଙ୍କ ପାଇଁ ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଛି। ଏହି ପ୍ୟାକ୍‌ରେ ୨୮ ଦିନ ଯାଏଁ ପ୍ରତି ରାତି ୧୨ଟାରୁ ସକାଳ ୫ଟା ଯାଏଁ ଅସୀମିତ ୪ଜି ଓ ୫ଜି ଡାଟା ମିଳିବ। ରାତିରେ ବ୍ୟବହୃତ ଡାଟା ମୁଖ୍ୟ ପ୍ଲାନ୍ ର ଡାଟା ବାଲାନ୍ସରୁ କଟିବ ନାହିଁ। ଅର୍ଥାତ୍ ଦିନର ଡାଟା ସଞ୍ଚୟ କରି ରାତିରେ ଇଚ୍ଛା ଅନୁଯାୟୀ ଇଣ୍ଟରନେଟ୍ ବ୍ୟବହାର କରିହେବ।
ଡିଜିଟାଲ୍ ସୁବିଧା ସମ୍ପର୍କରେ କହିବାକୁ ଗଲେ, ୩୯୯ ଟଙ୍କାର ଫ୍ଲାଗସିପ୍ ପ୍ଲାନ୍ ରେ ୧୨ ମାସର କାନଭା ପ୍ରୋ ସବସ୍କ୍ରିପ୍‌ସନ୍ ମାଗଣା ମିଳିବ, ଯାହାର ଅଲଗା ଭାବରେ ମୂଲ୍ୟ ପ୍ରାୟ ୪,୦୦୦ ଟଙ୍କା ରହିଛି। ଏଥିସହ ଜିଓହଟଷ୍ଟାର ମୋବାଇଲ୍ + ହଲିଉଡ୍, ଜିଓଟିଭି ମାଧ୍ୟମରେ ଫ୍ୟାନକୋଡ୍, ଜିଓଗେମ୍ସ ମୋବାଇଲ୍ ସବସ୍କ୍ରିପ୍‌ସନ୍ ଏବଂ ଜିଓଏଆଇକ୍ଲାଉଡ୍ ରେ ୫୦ ଜିବି ମାଗଣା ଷ୍ଟୋରେଜ୍ ସୁବିଧା ମିଳିବ। ଏହାବ୍ୟତୀତ ଜଷ୍ଟଡାଏଲ୍ ଲାଇଟ୍, ହାଇପରଲୋକାଲ୍ କୁପନ୍ ଓ ଡିଜିଟାଲ୍ ଡାଏରୀ ଭଳି ସୁବିଧା ମଧ୍ୟ ଏଥିରେ ସାମିଲ ରହିଛି। ଅନ୍ୟପକ୍ଷରେ, ୩,୯୯୯ ଟଙ୍କା ମୂଲ୍ୟର ବାର୍ଷିକ ପ୍ଲାନ୍ ରେ ୧୨ ମାସର କାନଭା ପ୍ରୋ ଲାଇଟ୍ ସବସ୍କ୍ରିପ୍‌ସନ୍, ଜିଓହଟଷ୍ଟାର, ଫ୍ୟାନକୋଡ୍ ଏବଂ ୫୦ ଜିବି କ୍ଲାଉଡ୍ ଷ୍ଟୋରେଜ୍ ଭଳି ସୁବିଧା ମିଳିବ।
୩୯୯ ଟଙ୍କା ଓ ୩,୯୯୯ ଟଙ୍କାର ଏହି ନୂଆ ପ୍ଲାନ୍ ନଭେମ୍ବର ୨୪ ତାରିଖରୁ ମାଇଁଜିଓ ଆପ୍, ଜିଓ ୱେବସାଇଟ୍ ଏବଂ ଦେଶବ୍ୟାପୀ ଜିଓ ଷ୍ଟୋର୍ ଓ ରିଟେଲରମାନଙ୍କ ନିକଟରେ ରିଚାର୍ଜ ପାଇଁ ଉପଲବ୍ଧ ହେବ। ୨୫ ଟଙ୍କାର ୫ଜି ଆଡ୍-ଅନ୍ ପ୍ୟାକ୍ ମଧ୍ୟ ନଭେମ୍ବର ୨୪ ତାରିଖରୁ ମିଳିବ। ତେବେ ୧୫ ଟଙ୍କା ମୂଲ୍ୟର ଆଡ୍-ଅନ୍ ପ୍ୟାକ୍ ପୂର୍ବରୁ ଉପଲବ୍ଧ ରହିଛି। ୫୦ ଟଙ୍କାର ନାଇଟ୍ ଡାଟା ପ୍ୟାକ୍ ନଭେମ୍ବର ୨୬ ତାରିଖରୁ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ।

Leave A Reply

Your email address will not be published.