ଲଇକେରା ମଣ୍ଡଳରେ ବିଜେପିର ଶକ୍ତିବୃଦ୍ଧି, ଶତାଧିକ କର୍ମୀଙ୍କ ଦଳରେ ଯୋଗଦାନ

6


ଝାରସୁଗୁଡ଼ା, ୨୩/୧୧: ଝାରସୁଗୁଡ଼ା ସହରସ୍ଥିତ ବିଟିଏମ୍‌ କାର୍ଯ୍ୟାଳୟରେ ସୋମବାର ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ କାର୍ଯ୍ୟ ଓ ଆଦର୍ଶ ତଥା ରାଜ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଲଇକେରା ମଣ୍ଡଳର ବିଭିନ୍ନ ଗ୍ରାମର ଶତାଧିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ବିଜେପିରେ ସାମିଲ ହୋଇଛନ୍ତି।

ଲଇକେରା ମଣ୍ଡଳ ସଭାପତି ଦୂତିଆ ଓରାମ, ସୁଶାନ୍ତ ପଟେଲ ଓ ପଙ୍କଜ ବେହେରାଙ୍କ ନେତୃତ୍ୱରେ ଲଇକେରା, ନିକ୍ତିମାଲ, କୁଲେମୁରା ଓ ସାରଙ୍ଗଲୋଇ ଗ୍ରାମର ବହୁ କର୍ମୀ ଏହି ମିଶ୍ରଣ ପର୍ବରେ ଯୋଗଦେଇଥିଲେ। ନୂତନ ଭାବେ ବିଜେପିରେ ସାମିଲ ହୋଇଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ପାନପାଲି ଗ୍ରାମର ମୁଖିଆ ଲୋକେନ୍ଦ୍ର ଜୟପୁରିଆ, ସମାଜସେବୀ କୁଞ୍ଜବିହାରୀ ପଟେଲ, ଯୁବ ବିଜେଡି ନେତା ଶକ୍ତି ମରେଈ, ରାଜେନ୍ଦ୍ର ଖରସେଲ, ଆଜାଦ ସା, ଗିରିଜା ପଟେଲ ଓ ସବିତା ପଟେଲଙ୍କ ସମେତ ଶତାଧିକ କର୍ମୀ ରହିଛନ୍ତି।

ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ନବାଗତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ, ଏହି ଯୋଗଦାନ ଦ୍ୱାରା ଝାରସୁଗୁଡ଼ା ଓ ଲଇକେରା ବ୍ଲକ୍‌ ସମେତ ସମଗ୍ର ଅଞ୍ଚଳରେ ବିଜେପିର ସାଂଗଠନିକ ଶକ୍ତି ଆହୁରି ବୃଦ୍ଧି ପାଇବ।

ଅନ୍ୟପକ୍ଷରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସରଳ ବ୍ୟକ୍ତିତ୍ୱ ଓ ଦୃଢ଼ ନେତୃତ୍ୱରେ ଝାରସୁଗୁଡ଼ାରେ ବିଜେପି ସଂଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ ବୋଲି ନବାଗତ କର୍ମୀମାନେ ମତ ପ୍ରକାଶ କରିଥିଲେ।

ଏହି ମିଶ୍ରଣ ପର୍ବରେ ବିଧାୟକଙ୍କ ସହ ବିଜେପି ନେତା କାର୍ତ୍ତିକ ବେହେରା, ନେତାଜୀ ପଟ୍ଟନାୟକ, ରାମୁରଞ୍ଜନ ମିଶ୍ର, ବିକାଶ ମେହେର, ଉମେଶ କୁଆଁର, ଗୋବିନ୍ଦ କିସାନ, ରମାକାନ୍ତ ନାୟକ, ଅଜୟ ଅଗ୍ରୱାଲ, ଡମ୍ବରୁ ସା ଓ ଦୀନେଶ ବେହେରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.