ବେଲଗୁଣ୍ଠା,-(ଶିବରାମ ଚୌଧୁରୀ)- , ଆଜି ବେଲଗୁଣ୍ଠା ସେବା ସମବାୟ ସମିତି ଲିଃ ତରଫରୁ ବଳରାମ ଜେ.ଏଲ୍.ଜି ଋଣ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨୮ ଟି ମହିଳା ଗୋଷ୍ଠୀଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ଋଣ ପ୍ରଦାନ କରାଯାଇଛି I ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଋଣ ପ୍ରଦାନ କରାଯାଇଥିବା ବେଳେ ଏକ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିଲେ ଋଣ ଗ୍ରହୀତାଙ୍କୁ କୌଣସି ସୁଧ ଦେବାକୁ ପଡ଼ିବ ନାହିଁ I ଏହି ଅବସରରେ ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ମହିଳା ଗୋଷ୍ଠୀଙ୍କୁ ଋଣ ଚେକ୍ ବଣ୍ଟନ କରି ଏହାର ସୁବିନିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ I ବହୁ ମହିଳା ସରକାରୀ ଋଣ ଟଙ୍କାକୁ ନେଇ ଉଚ୍ଚ ସୁଧ ଆଶାରେ ଗାଆଁରେ ଅନ୍ୟକୁ ଋଣ ପ୍ରଦାନ କରିଥାନ୍ତି I କିନ୍ତୁ ସେହି ଲୋକଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ନପାରି ବିଭିନ୍ନ ଅସୁବିଧା ଏବଂ ବିଶୃଙ୍ଖଳାର ସମ୍ମୁଖୀନ ହୋଇଥାନ୍ତି I ତେଣୁ ଋଣ ଟଙ୍କାକୁ ଅନ୍ୟକୁ ଋଣ ଦେଇ ନିଜେ ଋଣଗ୍ରସ୍ତ ନହେବା ପାଇଁ ବିଧାୟକ ଶ୍ରୀ ବିଷୋୟୀ ମହିଳା ମାନଙ୍କୁ ପରାମର୍ଶ ଦେଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆସିକା କେନ୍ଦ୍ରୀୟ ବ୍ୟାଙ୍କ୍ ନିର୍ଦ୍ଦେଶକ ସୁମନ୍ତ ବିଷୋୟୀ,ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ , ଉପ ସଭାନେତ୍ରୀ ନମିତା ଜେନା, ନିର୍ଦେଶକ ଦେବରାଜ ଖଣ୍ଡୁଆଳ,ଏକାଦଶୀ ମହାରଣା,ମନୋଜ କୁମାର ପାତ୍ର, ସୂର୍ଯ୍ୟନାରାୟଣ ତ୍ରିପାଠି,ରାଧାକୃଷ୍ଣ ସ୍ଵାଇଁ, ପ୍ରଭାକର ଜେନା,ସୁବାଷିନୀ ବେହେରା ଜାନକୀ ନାଇକ,ଡିଇଓ ଲୀଜା ଆଚାରୀ ପ୍ରମୁଖ ଉପସ୍ଥିତ ଥିଲେ I ବେଲଗୁଣ୍ଠା ସେବା ସମବାୟ ସମିତି ସମ୍ପାଦକ କ୍ରିଷ୍ଣା କୁମାର ଡାକୁଆ ଧନ୍ୟବାଦ ଜ୍ଞାପନ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Prev Post