ଓଡଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶ୍ରୀ ରଘୁନାଥ ଜିଉଙ୍କ ଭୂସମ୍ପତ୍ତି ଜବରଦଖଲ କାରିଗରଙ୍କୁ ଉଚ୍ଛେଦ କରିବା ପାଇଁ ଓଡ଼ଗାଁ ନଗର ବାସିନ୍ଦାଙ୍କ ତରଫରୁ ସୁଶାନ୍ତ କୁମାର ସାହୁ, ପ୍ରତାପ କୁମାର ଦାସ, ତପନ କୁମାର ସାମନ୍ତରାୟ, ସନ୍ତୋଷ କୁମାର ପ୍ରଧାନଙ୍କ ସହିତ ୨୦ ଜଣରୁ ଉର୍ଦ୍ଧ୍ବ ଅଭିଯୋଗ କାରି
ମନ୍ଦିର ପରିଚାଳକଙ୍କ ଜରିଆରେ ନୟାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର ନିର୍ବାହୀ ଅଧିକାରୀଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏବଂ ଏହାର ନକଲ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ, ପୁରୀ ସାଂସଦ, ନୟାଗଡ଼ ବିଧାୟକ, ଦେବୋତ୍ତର କମିଶନର, ନୟାଗଡ଼ ଜିଲ୍ଲାପାଳଙ୍କ, ଆରକ୍ଷୀ ଅଧିକ୍ଷକ, ତହସିଲଦାର, ବ୍ଳକ ଅଧ୍ୟକ୍ଷ, ଓଡ଼ଗାଁ ଏନ୍ଏସି ନିର୍ବାହୀ ଅଧିକାରୀ, ଆଦର୍ଶ ଥାନା ଅଧିକାରୀଙ୍କ ଅବଗତି ନିମନ୍ତେ ପ୍ରେରଣ କରିଛନ୍ତି । ୭ ଦିନ ମଧ୍ୟରେ ଜବରଦଖଲକାରୀଙ୍କୁ ଉଛେଦ କରାନଗଲେ ଓଡ଼ଗାଁ ନଗରବାସି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଶ୍ରୀ ରଘୁନାଥ ଜିଉଙ୍କ ଭୁସମ୍ପନ୍ତିକୁ ଯେଉଁମାନେ ସେବା ସୁତ୍ରରେ ଦଖଲ କରିଥିଲେ ଏବଂ ଯେଉଁମାନେ ମନ୍ଦିର କାର୍ଯ୍ୟରୁ ସେବା ନିବୃତ ଅଛନ୍ତି, ସେମାନଙ୍କ ଦଖଲରେ ଥିବା ସମ୍ପତ୍ତି ଉଚ୍ଛେଦ କରିବା ପାଇଁ ଦାବି ହୋଇଛି । ବିଶେଷ କରି ଅନୁସୂଚିତ ଜାତିର ଅନେକେ ରଘୁନାଥଙ୍କ ସେବା ଛାଡି ସାରିବା ପରେ ମଧ୍ୟ ରଘୁନାଥ ସମ୍ପତ୍ତିର ଉପୋଭୋଗ କରୁଛନ୍ତି ।
ଏବଂ ସେମାନଙ୍କ ଭିତରୁ ଅନେକ ଧର୍ମ ପରିବର୍ତନ କରିଥିବା ବେଳେ ଓଡ଼ଗାଁରେ ବିଭିନ୍ନ ଆଧ୍ୟାତ୍ମିକ ଯାତ୍ରା ବେଳେ ସେମାନେ ବିଘ୍ନ ଘଟାଉଛନ୍ତି । ଓଡ଼ଗାଁ ମହୋତ୍ସବ ବେଳେ ଏବଂ ଗତ ୩୦ ତାରିଖରେ ଗଣେଶ ପୂଜା ଉତ୍ସବ ଉପଲକ୍ଷେ ମେଲୋଡି ଚାଲିଥିବା ବେଳେ ବିଶୃଙ୍ଖଳା କାରିଙ୍କ ଖଣ୍ଡା ଚୋଟରେ ଶୃଙ୍ଖଳା ରକ୍ଷା କାରୀ ଯୁବକଙ୍କ ମୁଣ୍ଡରେ ଶକ୍ତ ଆଘାତ ଦ୍ବାରା ସେ ଗୁରୁତର ହୋଇପଡ଼ିଥିଲେ । ଉକ୍ତ ଘଟଣାକୁ ନେଇ ଓଡ଼ଗାଁରେ ଚର୍ଚ୍ଚା ଲାଗିରହିଥିବା ବେଳେ ଘଟଣାର ସମାଧାନ କରିବା ପାଇଁ ପ୍ରଶାସନ ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଗଲେ ଭବିଷ୍ୟତରେ ଅନ୍ୟ ଏକ ଅଭାବନୀୟ ପରିସ୍ଥିତି ଉପୁଜୁଥିବାକୁ ରୋକା ଯାଇ ପାରିବ ।
Sign in
Sign in
Recover your password.
A password will be e-mailed to you.