ଓଡ଼ଗାଁ ବ୍ଳକ ଯୋଗାଣ ବିଭାଗ : ହିତାଧିକାରୀଙ୍କ ଅସମ୍ଭବ ଭିଡ,

2

 ଓଡଗାଁ, ୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗରେ ହିତାଧିକାରୀଙ୍କର ନିକଟରେ ସୂଚନା ପାଇବା ପାଇଁ ଅସମ୍ଭବ ଭିଡ ଦେଖିବାକୁ ମିଳିଛି । ହିତାଧିକାରୀଙ୍କ ପାଖରେ ସଠିକ୍ ସୂଚନା ନଥିବା ବେଳେ ଗାଁ ମାନଙ୍କରେ ଭୁଲ୍ ସୂଚନା ପାଇ ଶହଶହ ସଂଖ୍ୟାରେ ଖାଉଟି କାର୍ଡ ଆବେଦନ କାରୀ ଓଡ଼ଗାଁ ବ୍ଳକ କାର୍ଯ୍ୟାଳୟରେ ସନ୍ଦେହ ଦୁର ପାଇଁ ଆସି ଦୀର୍ଘ ସମୟ ପର୍ଯ୍ୟନ୍ତ ଲମ୍ବା ଲାଇନରେ ଠିଆ ହୋଇ ରହୁଛନ୍ତି। ହିତାଧିକାରୀଙ୍କ କେ ଓ୍ବାଇସି ଅପଡେଟ କରିବା ବ୍ୟବସ୍ଥା ପାଇଁ ପ୍ରତି ପଞ୍ଚାୟତରେ ସୁବିଧା ଉପଲବ୍ଧ ରହିଥିବା ବେଳେ ଭୁଲ ବୁଝାବଣା ପାଇଁ ଗାଁରୁ ହିତାଧିକାରୀ ମାନେ ଆସି ବ୍ଳକରେ ପହଁଞ୍ଚୁଛନ୍ତି । ଅନ୍ୟପକ୍ଷରେ କେବଳ ମୋବାଇଲ ଲିଙ୍କ୍ ଓ ବିବାହିତ ଝିଅ ମାନଙ୍କ ନାମ ବାପଘର ପରିବାରରୁ କାଟି ଶାଶୁଘରେ ଯୋଗ କରାଯାଉଛି । ଏହି ପ୍ରକ୍ରିୟା ଚାଲିଥିବାବେଳେ ଅଜଥାରେ ହିତାଧିକାରୀ ମାନେ ବ୍ଳକରେ ପହଁଞ୍ଚୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ମଳୟ କୁମାର ମେହେର କହିଥିବା ବେଳେ ପହଁଞ୍ଚୁଥିବା ହିତାଧିକାରୀଙ୍କୁ ବୁଝାସୁଝା କରି ଫେରେଇବା ପରେ ପରିସ୍ଥିତି ନିୟନ୍ତ୍ରଣ ରହିଛି ।

Leave A Reply

Your email address will not be published.