କେନ୍ଦୁଝର,ତା୨୩/୧୧-ଘଟଗାଁ ବ୍ଲକ ଅନ୍ତର୍ଗତ ରୁଟିଶିଳା ଗ୍ରାମ ପଞ୍ଚାୟତ ଖେଳପଡିଆ ଠାରେ ଯୁବ ଫୁଟବଲ ସଂଘ ପକ୍ଷରୁ ୨୬ତମ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟର ଶୁଭ ଉଦଯାପନୀ ହୋଇଯାଇଛି l ଉକ୍ତ ଉଦଯାପନୀ ଉତ୍ସବରେ ନିମନ୍ତ୍ରିତ ହୋଇ ମୁଖ୍ୟଅତିଥି ଭାବେ ସମାଜସେବୀ ଦେବପ୍ରିୟ ପାତ୍ର, ମୁଖ୍ୟବକ୍ତା ଭାବେ କେନ୍ଦୁଝର ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଆଇନଜୀବି ଆଶିଷ ଚକ୍ରବର୍ତ୍ତି ଯୋଗ ଦେଇଥିଲେ l ସେହିପରି ସମ୍ମାନିତ ଅତିଥିଭାବେ ସମାଜସେବୀ ତଥା ହୋଟେଲ ଗ୍ଲୋବାଲ ଇନର ମ୍ଯାନେଜିଂ ଡାଇରେକ୍ଟର ସେକ୍ ଇମ୍ରାନ, ଜିଲ୍ଲା ପରିଷଦ ଯାଜ୍ଞସେନୀ ମହାନ୍ତ,ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ଵେତା ସାହୁ, ଘଟଗାଁ ବ୍ଲକ ଉପାଧ୍ୟକ୍ଷ ଯଦୁମଣି ନାଏକ, ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଦୁର୍ଯ୍ଯୋଧନ ବାରିକ, ସରପଞ୍ଚ ଗତିକୃଷ୍ଣ ନାଏକ, ସମିତି ସଭ୍ୟ କୈବଲ୍ୟ ନାଏକ, ସତ୍ୟବ୍ରତ ବାରିକ୍, ଗିରିଧାରୀ ମହାନ୍ତ ଓ ସରପଞ୍ଚ ପ୍ରିୟ ରଞ୍ଜନ ନାଏକ ମଞ୍ଚାସୀନ ହୋଇଥିଲେ l ଫାଇନାଲ ଖେଳରେ ବିଜେତା ଦଳ ଯାଜପୁର ଜିଲ୍ଲାର ଚାନ୍ଦିଆ ଏଫସିକୁ ଅର୍ଥରାଶି ଏକ ଲକ୍ଷ ଟଙ୍କା ସହିତ ସିଲଡ୍ କପ୍ ଓ ଉପବିଜେତା ଜଗାବଳିଆ ଏଫସିକୁ ସତୁରି ହଜାର ଟଙ୍କା ସହିତ କପ୍ ପ୍ରଦାନ କରାଯାଇଥିଲା l ସେହିପରି ସାନ୍ତ୍ବନାମୂଳକ ପୁରସ୍କାର ଅନ୍ୟ ୪ଟି ଦଳକୁ ଏକଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ଭାଷ୍ଯକାର ଥିଲେ କ୍ଷୀରୋଦ କୁମାର ଗିରି ଓ ବୁଲବୁଲ ଆପଟ । ଖେଳରେ ରେଫରୀ ଥିଲେ ବରୁଣ କୁମାର ବେହେରା, ବିନୋଦ ହନହାଗା, ବିଜୟ କୁମାର, ଚୁନୁ ସିଂ । ଯୁବ ଫୁଟବଲ ସଂଘର ସଭାପତି ହେମନ୍ତ ନାଏକ, ସମ୍ପାଦକ କୈବଲ୍ୟ ନାୟକ, ଉପଦେଷ୍ଟା ଖଗେଶ୍ଵର ମହାନ୍ତଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ କରିଥିଲେ l ଚଳଚ୍ଚିତ୍ର ଅଭିନେତ୍ରୀ ଶ୍ଵେତା ସାହୁ ନାଚ ଓ ଅଭିନୟ ସଭିଙ୍କୁ ବିମୋହିତ କରିଥିଲା l