ପୁରୀରେ କଂଗ୍ରେସର “ସଙ୍ଗଠନ ସୃଜନ ଅଭିଯାନ” ଆରମ୍ଭ

2

 ପୁରୀ, ୨/୯ (ଅନିମେଶ ପଟ୍ଟନାୟକ): ସ୍ଥାନୀୟ ସଂସ୍କୃତି ଭବନରେ ଆଜି ଅଖିଳ ଭାରତୀୟ କଂଗ୍ରେସ କମିଟିର “ସଙ୍ଗଠନ ସୃଜନ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । କର୍ଣ୍ଣାଟକରୁ ନିଯୁକ୍ତ ପର୍ଯ୍ୟବେକ୍ଷକ, ରାଜ୍ୟସଭା ସାଂସଦ ଜି.ସି. ଚନ୍ଦ୍ରଶେଖର ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ଜିଲ୍ଲା ସଭାପତି ଚୟନ ସ୍ଥାନୀୟ କର୍ମୀମାନଙ୍କ ମତାମତରେ, କୌଣସି ସୁପାରିଶ କିମ୍ବା ପ୍ରଭାବ ବିନା ହେବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ ସାମ୍ବାଦିକମାନଙ୍କୁ ସଙ୍ଗଠନ ସୃଜନ ଅଭିଯାନ ବିଷୟରେ ସଂକ୍ଷିପ୍ତ ଓ ସରଳ ଭାବରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଶାୟୀ ଜିଲ୍ଲା ସଭାପତିଙ୍କ ଠାରୁ ଆବେଦନ ପତ୍ର ଗ୍ରହଣ କରିଥିଲେ ପର୍ଯ୍ୟବେକ୍ଷକ ଶ୍ରୀ ଚନ୍ଦ୍ରଶେଖର।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର କୁମାର ସେଠୀ, କିଷାନ କଂଗ୍ରେସ ନେତା ଅମିୟ ପଟ୍ଟନାୟକଙ୍କ ସହିତ ବ୍ଲକ୍ ସଭାପତି ଓ ଛାମୁଆ ସଂଗଠନ ନେତାମାନେ ଉପସ୍ଥିତ ଥିଲେ । ସମଗ୍ର କାର୍ଯ୍ୟକ୍ରମ ପୁରୀ ଜିଲ୍ଲା କଂଗ୍ରେସ ସଂଯୋଜକ ଇଂ. ରାଜେଶ କୁମାର ମିଶ୍ରଙ୍କ ସଂଯୋଜନାରେ ହୋଇଥିଲା । ପୁଷ୍କର ମହାପାତ୍ର, ଉତ୍ତମ ଆଚାର୍ଯ୍ୟ, ଜୟନାରାୟଣ ପଟ୍ଟନାୟକ, ସୁଜିତ ମହାପାତ୍ର, ବିନାୟକ ଦାସ ମହାପାତ୍ର, ନିରଞ୍ଜନ ରଥ, ବିଶ୍ବକେସନ ହରିଚନ୍ଦନ ମହାପାତ୍ର, ବିଦ୍ୟୃତଲତା ଆଚାର୍ଯ୍ୟ, ସରସ୍ଵତୀ ପାତ୍ର, ନିରୁପମା ପାତ୍ର, ସସ୍ମିତା ସ୍ବାଇଁ, ବିଶ୍ଵନାଥ ଦାଶ, ଅମରେନ୍ଦ୍ର ପାଇକରାୟ, ସ୍ବାଧୀନ ପଣ୍ଡା, ସୁକାନ୍ତ ପ୍ରଧାନ, କାଳୀ ପ୍ରସାଦ ନାୟକ, ରଜତ ସାହୁ ଆଦି ଉପସ୍ଥିତ ଥିଲେ ।
ପର୍ଯ୍ୟବେକ୍ଷକ ଟିମ ଆଜି ବ୍ରହ୍ମଗିରି ଗସ୍ତ କରିବା ପରେ କାଲି କାକଟପୁର, ପିପିଲି ଓ ସତ୍ୟବାଦୀରେ କର୍ମୀମାନଙ୍କ ସହ ମତାମତ ନେବେ ବୋଲି ଜଣାପଡିଛି ।

Leave A Reply

Your email address will not be published.