ବ୍ଲକ୍ ଉପାଧ୍ୟକ୍ଷାଙ୍କ ଭାଗ୍ୟରେ ଟିଭି, କୁନି, ଅରୁଣ, ମିଥୁନ ଓ କାର୍ତ୍ତିକଙ୍କୁ ମୋଟରସାଇକେଲ
ବେଲଗୁଣ୍ଠା, ୨୩/୧୧:-(ଶିବରାମ ଚୌଧୁରୀ )-ଗୋବରାଠାରେ ଅନୁଷ୍ଠିତ ମାଆ ଶ୍ୟାମାକାଳୀ ପୂଜା ମହୋତ୍ସବ ଅବସରରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଲଟେରୀ ଉଠାଣ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଖାପାଖି ୨୦୦ ଜଣ ବିଜେତା ବିଭିନ୍ନ ଆକର୍ଷଣୀୟ ପୁରସ୍କାର ଜିତିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନଙ୍କ ଭାଗ୍ୟରେ ଟିଭି ପଡ଼ିଥିବା ଜଣାପଡ଼ିଛି।ପ୍ରମୁଖ ପୁରସ୍କାର ମଧ୍ୟରେ ରାମଣ୍ଡାର କୁନି ମହାନ୍ତି ଟିଭିଏସ୍ ସ୍ପୋର୍ଟସ୍ ବାଇକ୍, ସୋରିଷମୁଳୀର କାଜଲ ସ୍ୱାଇଁ ଓ ଗୋବରାର ବସନ୍ତ ଗୌଡ଼ ହିରୋ ପ୍ଲେଜର୍ ସ୍କୁଟି, ଜଗନ୍ନାଥପ୍ରସାଦର ଅରୁଣ ସିଂହ ନାୟକ ଏଚ୍ଏଫ୍ ଡିଲକ୍ସ ମୋଟରସାଇକେଲ, ଗାଙ୍ଗପୁରର ମିଥୁନ ନାୟକ ହିରୋ ସ୍ପ୍ଲେଣ୍ଡର ଏବଂ ଗୁଣ୍ଠପଲ୍ଲୀର କାର୍ତ୍ତିକ ନାୟକ ଟିଭିଏସ୍ ଏକ୍ସଏଲ୍ ମୋଟରସାଇକେଲ ଜିତିଛନ୍ତି। ସେହିପରି ଘୁ.ଉଦୟଗିରିର ଆରୋହୀ ସେନାପତି ସାଇକେଲ, ଖଇରପୁଟିର ପୂର୍ଣ୍ଣ ସ୍ୱାଇଁ ୱାସିଂ ମେସିନ୍ ଏବଂ ଗୋବରାର ପପୁ କୁମାର ଡାକୁଆ ଫ୍ରିଜ୍ ଜିତିଛନ୍ତି। ଏଥିସହ ସ୍ମାର୍ଟଫୋନ୍, ମାଇକ୍ରୋୱେଭ୍ ଓଭେନ୍, କାନ୍ଥ ଘଣ୍ଟା, ଆଇରନ୍ ବକ୍ସ, ଟ୍ରଲି ବ୍ୟାଗ୍ ସମେତ ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାଆ ଶ୍ୟାମାକାଳୀଙ୍କ ସନ୍ଧ୍ୟା ଆଳତି ଅନୁଷ୍ଠିତ ହୋଇଥିଲା। ଲଟେରୀ ଉଠାଣରେ ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ନିମନ୍ତେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘର ସଦସ୍ୟମାନେ ଶପଥ ପାଠ କରିଥିଲେ। ସଂଘ ସଭାପତି ସବ୍ୟସାଚୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଉପଦେଷ୍ଟା କୈଳାସ ସାହୁ,ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ସମାଜସେବୀ ରାକେଶ ଶତପଥୀ, ସମିତି ସଭ୍ୟ ବିଭୂପାଦ ଜେନା, ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟନାରାୟଣ ତ୍ରିପାଠୀ, ପ୍ରେସକ୍ଲବ୍ ସଦସ୍ୟ ସୁଶାନ୍ତ କୁମାର ବେହେରା ଓ ଶିବରାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ମୂର୍ତ୍ତି କାରିଗର ଶିବରାମ ପ୍ରଧାନ, ଶିବଶଙ୍କର ପ୍ରଧାନ, ବିନାୟକ ମହାରଣା, ସମାଜସେବୀ ବୁଲୁ ବିଶ୍ୱାଳ ଓ ରାଜୀବ ଲୋଚନ ବେହେରା, ପପୁ ଭାଇ,ଚିତ୍ରଶିଳ୍ପୀ ପବିତ୍ର ବିଶ୍ୱାଳ, ନୃତ୍ୟଶିଳ୍ପୀ ଆଶିଷ ବେହେରା ଏବଂ ହାସ୍ୟ ଅଭିନେତା ନିରାକାର ମଲ୍ଲିକଙ୍କୁ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି କାଳୀପୂଜାର ସାଂସ୍କୃତିକ ମଞ୍ଚ ପରିଚାଳନାରେ ସହଯୋଗ କରିଥିବା ଶିଶିର କୁମାର ସ୍ୱାଇଁ ଓ ପୂଜାରାଣୀ ପ୍ରଧାନଙ୍କୁ ଉପହାର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା।
ଶେଷରେ ଉପସ୍ଥିତ ଅତିଥି ଓ ଜନସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ସହଯୋଗ କରିଥିଲେ।