ଲାଞ୍ଚ ମାମଲାରେ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଅବକାରୀ ସବ ଇନସପେକ୍ଟର

16

ବାରିପଦା(ଦିଲ୍ଲୀପ ମହାନ୍ତି) ଏକ ଲାଞ୍ଚ ମାମଲାର ବିଚାରକରି ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟ ଜଜ୍ ସେକ ଜାହିର ଅହମଦ ଅବକାରୀ ବିଭାଗର ସବ ଇନସପେକ୍ଟର ନିରଞନ ରାଉତ ଙ୍କୁ ଧାରା ୭ ପିସି ଆକ୍ଟ ଅନୁଯାୟୀ ଛଅ ମାସ କାରାଦଣ୍ଡ ଏବଂ ଧାରା ୧୩(୨) ଅନୁଯାୟୀ ଏକ ବର୍ଷ କାରାଦଣ୍ଡ ସମେତ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ମାମଲାର ବିବରଣୀ ରୁ ପ୍ରକାଶ ଯେ ୨୦୧୪ ମାର୍ଚ ୨୭ ତାରିଖ ମୟୁରଭଞ ଜିଲା କରଞିଆ ଅବକାରୀ ବିଭାଗ ର ସବ ଇନସପେକ୍ଟର ନିରଞନ ରାଉତ ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ବୃନ୍ଦାଦେଇପୁର ଗ୍ରାମ ର ବାସିନ୍ଦା ତଥା କରଞିଆ ଓାର୍ଡ ନମ୍ବର ୧ ରେ ବସବାସ କରୁଥିବା ଧନେଶ୍ୱର ଶତପଥି ଙ୍କ ଠାରୁ ଏକ ନୂତନ ମଦ ଦୋକାନ ଖୋଲିବା ନିମନ୍ତେ ନୋ ଡିଉଜ ସାର୍ଟିଫିକେଟ କରାଇଦେବାପାଇଁ ୨୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏ ବାବଦରେ ଭିଜିଲାନ୍ସ ବିଭାଗରେ କେସ ନମ୍ବର ୮/୧୪ ରେ ଏକ ମାମଲା ରୁଜୁ କରାଯାଇଥିଲା । ଶ୍ରୀ ରାଉତ ବର୍ତ୍ତମାନ ଛତ୍ରପୁର ଅବକାରୀ ବିଭାଗ ରେ କାର୍ଯର୍୍ୟ କରୁଛନ୍ତି ।

Leave A Reply

Your email address will not be published.