କେଉଁଠି ଜଳାଭାବ, କେଉଁଠି ଦିନସାରା ଭାସୁଛି ପାଣି : ହେଲେ ପ୍ରଶାସନ ପାରୁନି ଜାଣି 

0

 ଗୁଣପୁରରୁ ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ସହରାଞ୍ଚଳ ର ସାହି ଓ ବସ୍ତି ବାସିନ୍ଦା ଙ୍କ ଜଳ କଷ୍ଟ ଦୂର କରିବା ନିମନ୍ତେ ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଟାଙ୍କର ମାଧ୍ୟମରେ ଜଳ ଯୋଗାଣ କରାଯାଉଥିବା ବେଳେ ଖୋଦ୍ ଗୁଣପୁର ମୁନିସିପାଲିଟି କାର୍ଯ୍ୟାଳୟ ନିକଟସ୍ଥ ପାଣି ଟ୍ୟାପ ରୁ ଦୀର୍ଘ ପାଞ୍ଚ ଦିନ ହେବ ପାଣି ବୋହି ଅପଚୟ ହେଉଛି। ଏଥି ପ୍ରତି ସ୍ଥାନୀୟ କତୃପକ୍ଷ କିମ୍ବା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ନିଘା ନାହିଁ। ଅନବରତ ପାଇପ୍ ଲାଇନ ରୁ ପାଣି ବୋହି ଏହା ରାସ୍ତା ଉପରେ ମାଡ଼ି ଚାଲିଥିବାରୁ ଯାତ୍ରୀ ମାନଙ୍କ ଅସୁବିଧା ହେଉଥିବା ଅଭିଯୋଗ ହେଉଛି । ଏହାର ମରାମତି ଦିଗରେ ଯାଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି।

 

Leave A Reply

Your email address will not be published.