ଦଳମତ ନିର୍ବିଶେଷରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

0

 ବାରିପଦା ବିଜୁ ଭବନରେ ଚୈତନ୍ୟ ପ୍ରସାଦଙ୍କ ମର ଶରୀରକୁ ଶେଷ ଦର୍ଶନ କଲେ ଶତାଧିକ ଜନତା

ବାରିପଦା/ଦିଲ୍ଲୀପ ମହାନ୍ତି :  ଦିବଙ୍ଗତ ରାଜ ନେତା ତଥା ଭଞ୍ଜ ମାଟିର ଲଢୁଆ ପୁଅ ଚୈତନ୍ୟ ପ୍ରସାଦ ମାଝୀଙ୍କ ପାର୍ଥିବ ଶରୀର ସୋମବାର ରାତି ପ୍ରାୟ 8ଟା ସମୟରେ ବାରିପଦା ବିଜୁ ଭବନରେ ପହଞ୍ଚିଥିଲା । ସେଠାରେ ଦଳମତ ନିର୍ବିଶେଷରେ ଲୋକ ଓ ନେତାମାନେ ଦେଇଥିଲେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି | ଚୈତନ୍ୟ ମାଝୀ ଆମର ରହେ ଧ୍ୱନୀ ସମସ୍ତଙ୍କ ମୁହଁରେ ଗୁଞ୍ଜରିତ ହୋଇ ଉଠିଥିଲା । ଦଳମତ ନିର୍ବିଶେଷରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା ଜନସାଧାରଣ ଶେଷ ଦର୍ଶନ କରିବା ସହିତ ସେମାନଙ୍କର ପ୍ରିୟ ନେତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଗାଡି ତିରିଂ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା । ଏମାନଙ୍କ ମଧ୍ୟରେ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ବିଜେଡିର ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ଡ଼. ଅରୁଣ କୁମାର ସାହୁ, ମୋରଡ଼ା ବିଧାୟକ ତଥା ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଧାୟକ ମଙ୍ଗଲ ସିଂ ମୋଦି,  ସାରସକଣ। ବିଧାୟକ ଭାଦବ ହାଁସଦା, ପୂର୍ବତନ ସାଂସଦ ବୀରଭଦ୍ର ସିଂ, ପୂର୍ବତନ ବିଧାୟକ ଛତିଶ ଧଳ,  ସିପିଏମ ନେତା ରବି ଗୋସ୍ୱାମୀ,  ଅବନୀ ମହାନ୍ତ, ନଗରପାଳ ବବିତା ଦାସ, ଉପନଗରପାଳ ଜିତେନ୍ଦ୍ର ମହାନ୍ତି, ବିଜେଡି ଜୋନାଲ ସଭାପତି ସୁବ୍ରମନ୍ୟମ ମହାନ୍ତି, କୃଷ୍ଣ ଦାସ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ବିଜେଡ଼ି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି, ବରିଷ୍ଠ କାଉନସିଲର ସରୋଜ ମହାପାତ୍ର, ପ୍ରଭାତ ମହାନ୍ତି, ଅନନ୍ତ ଦାସ, ଶାନ୍ତନୁ ମହାନ୍ତି, ମୟୁରଭଞ୍ଜ କ୍ରୀଡା ସଂସଦ ସମ୍ପାଦକ କିଶୋର ବିଶ୍ୱାଳ, ଛାତ୍ର ନେତା ବିରଞ୍ଚି ମହାପାତ୍ର, ଅଭୟ ସିଂ, କପିଳ ଖଣ୍ଡେଲୱାଲ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.