ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଲାଠିକଟା ବ୍ଲକରେ  ବହୁବିଧ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

0

ରାଉରକେଲା(ସୁଶାନ୍ତ ବେହେରା) ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଲାଠିକଟା ବ୍ଲକ୍‍ର ସିଂଗେର ଗ୍ରାମସ୍ଥିତ ସିଂଗେର ୟୁ.ପି ସ୍କୁଲଠାରେ ଜାନୁୟାରୀ ୧୮ ତାରିଖ ଦିନ ଏକ ବହୁବିଧ ସ୍ୱାସ୍ଥ୍ୟ ଶିବିର, ସିଏସ୍‍ଆର ବିଭାଗ ପକ୍ଷରୁ ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗ ସହାୟତାରେ ଆୟୋଜିତ ହୋଇଥିଲା । ସିଏସ୍‍ଆର ବିଭାଗର ଏଜିଏମ୍‍ ସୁଶ୍ରୀ ମୁନମୁନ ମିତ୍ରଂକ ସମେତ ଅନ୍ୟ ଅଧିକାରୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିବା ଗ୍ରାମବାସୀମାନଂକ ସହିତ ମତବିନିମୟ କରିଥିଲେ । ଏଥିରେ ଆଇଜିଏଚ୍‍ର ଡାକ୍ତର ଆର.ବି ମହାପାତ୍ର, ଅପଥାଲମୋଜିର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ଶ୍ରୀମତୀ ଅନିମା ତିଗା, ପେଡିଆଟ୍ରିକ୍‍ର ଡାକ୍ତର ଏ.ଶାହା, ମେଡିସିନ ବିଭାଗର ଡାକ୍ତର ପି.ତିଗା, ଗାୟନିକ ବିଭାଗର ଡାକ୍ତର ସୁପ୍ରଭା ଏବଂ ସର୍ଜରୀ ବିଭାଗର ସିନିୟର କନସଲଟାଣ୍ଟ ଡାକ୍ତର ବିନାୟକ ରଥ ପ୍ରମୁଖ ଚିକିତ୍ସା, ପରୀକ୍ଷା ନୀରିକ୍ଷା ଆଦି କରିଥିଲେ ।

ଏହି ଶିବିରରେ ମୋଟ୍‍ ୩୩୦ ଜଣ ରୋଗୀଂକୁ ପରୀକ୍ଷା କରାଯାଇ ମାଗଣାରେ ସେମାନଂକୁ ଔଷଧପତ୍ର ଦିଆଯାଇଥିଲା । ଏହାବ୍ୟତୀତ, ସୋମନଂକ ମଧ୍ୟରୁ ୪୬ ଜଣ ରୋଗୀଂକୁ ଚିହ୍ନଟ କରାଯାଇଥିଲା ଯେଉଁମାନଂକୁ କି ସିଏସ୍‍ଆର ଯୋଜନା ଯଥା ସୁନୟନା ମାଧ୍ୟମର ଆଖିରୋଗ ଜନିତ ଚିକିତ୍ସା, ପ୍ରକଳ୍ପ ସୃଷ୍ଟି ଅଧୀନରେ ଶ୍ରବଣ ଜନିତ ଚିକିତ୍ସା, ପ୍ରକଳ୍ପ ଚକ୍ର ଅଧୀନରେ ସର୍ଜିକାଲ ଚିକିତ୍ସା, ପ୍ରକଳ୍ପ ସୁରଭି ଅଧୀନରେ ଟିବି ଚିକିତ୍ସା ଏବଂ ପ୍ରକଳ୍ପ ସ୍ୱାବଲମ୍ୱନ ଅଧୀନରେ ଶିଶୁମାନଂକର ଗ୍ରହଣ ଖଣ୍ଡିଆ, ପାଦ, ଶ୍ରବଣ ଏବଂ ଦୃଷ୍ଟିଶକ୍ତି ନିମନ୍ତେ ଆଇଜିଏଚ୍‍ ଠାରେ ମାଗଣାରେ ଅଧିକ ଚିକିତ୍ସା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମକୁ ସିଏସ୍‍ଆର ବିଭାଗର ମ୍ୟାନେଜର ଶ୍ରୀ ଏ.କେ.ପରିଡା ସଂଗ୍ଭଳନ କରିଥିଲେ ।

Leave A Reply

Your email address will not be published.