ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଳି ମହୁ ସମବାୟ ସମିତି ସମ୍ପାଦକ ।

2

କେନ୍ଦ୍ରାପଡ଼ା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ମହୁ ପ୍ରାଥମିକ ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତିଙ୍କୁ ଲାଞ୍ଚ ନେଉଥିବା ବେଳେ ହାତେ-ହାତେ ଧରିଛି ଭିଜିଲାନ୍ସ ଟିମ ।ସୂଚନା ଅନୁସାରେ, ଋଣ କରାଇଦେବା ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପ୍ରତିବାଦୀ ପକ୍ଷରୁ ଏହାର ସୂଚନା ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଇଥିଲେ। ପରେ ଯୋଜନାବଦ୍ଧ ଭାବରେ ଟ୍ରାପ ହୋଇ, ଟଙ୍କା ଗ୍ରହଣ କରୁଥିବା ସମୟରେ ଧୀରେନ୍ଦ୍ର ମହାନ୍ତିଙ୍କୁ ରେଡ଼-ହ୍ୟାଣ୍ଡ ଧରାଯାଇଥିଲା।
ଭିଜିଲାନ୍ସ ଟିମ ସେଥିରୁ ଲାଞ୍ଚ ଟଙ୍କା ସହିତ ସମସ୍ତ ଲେଖାଜୋଖା ତଥ୍ୟ ଜବତ କରିଛନ୍ତି। ଏହି ଅଭିଯାନ ପରେ ସମଗ୍ର ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଚାଲିଛି।

Leave A Reply

Your email address will not be published.