(ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ):ନିମଖଣ୍ଡି ଥାନା ପୋଲିସ୍ ୪ ଲୁଟେରା ଯଥା ଦୀପକ ଦାସ, ପିଣ୍ଟୁ ଦାସ,ମେଘା ଦାସ ଓ ସୁଦାମ ଦାସ କୁ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଉକ୍ତ ସମସ୍ତ ଅଭିଯୁକ୍ତ ଜଗଦଲପୁର ଗ୍ରାମ ର ଓ ଏହି ଯୁବକ ମାନେ ଗାଁ ଛକରେ ରାସ୍ତାରେ ଯାଉଥିବା ବିଭିନ୍ନ ଲୋକଙ୍କୁ ଅଟକାଇ ମାଡ଼ ମାରି ଟଙ୍କା ଓ ମୋବାଇଲ ଫୋନ ଲୁଟ୍ କରୁଥିବା ଦୁଇଟି ପୃଥକ ଅଭିଯୋଗ କୁ ଭିତ୍ତି କରି ପୋଲିସ ଅନୁସନ୍ଧାନ ଚଳାଇ ଲୂଟେରା ମାନଙ୍କୁ ଧରି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ପଶ୍ଚିମବଙ୍ଗର ସନ୍ତୋଷ ବିନ୍ଦ୍ ନାମକ ଜଣେ ଯୁବକ ଦୁଇ ସାଙ୍ଗ ସହ ଜଗଦଲପୁର ଗ୍ରାମ ରାସ୍ତାରେ ଯାଉଥିବା ବେଳେ କିଛି ଯୁବକ ତାଙ୍କୁ ଅଟକାଇ ମୋବାଇଲ ଫୋନ ଓ ନଗଦ ୩ ହଜାର ଟଙ୍କା ଲୁଟ୍ ହେଇଥିବା ଅଭିଯୋଗ ଓ ଅଙ୍କୁଶପୁର ଗ୍ରାମର ନନ୍ଦନ ବେହେରା ଓ ଅଭିଷେକ ବେହେରା ବ୍ରହ୍ମପୁର ରୁ ଗାଁ କୁ ଫେରୁଥିବା ବେଳେ ରାସ୍ତାରେ କିଛି ଯୁବକ ତାଙ୍କୁ ଅଟକାଇ ଟଙ୍କା ଓ ମୋବାଇଲ ଫୋନ ଲୁଟ୍ ହୋଇଥିବା ଅଭିଯୋଗ କୁ ଗ୍ରହଣ କରି ନିମଖଣ୍ଡି ଥାନା ପୋଲିସ୍ ଗଭୀର ଅନୁସନ୍ଧାନ କରି ଲୁଟେରା ମାନଙ୍କୁ ଧରିବାରେ ସଫଳ ହୋଇଛନ୍ତି।
Sign in
Sign in
Recover your password.
A password will be e-mailed to you.