କୋଦଳା ଉପକାରାଗାରରେ ବିଚାରଧୀନ ବୃଦ୍ଧ ଙ୍କ ମୃତ୍ୟୁ।

2

( ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ):ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ଚଢ଼ାଉ ବେଳେ ଗତକାଲି ବେଗୁନିଆ ପଡ଼ା ନୁଆ ସାହିର ବି ଲିଙ୍ଗରାଜ ପାତ୍ରଙ୍କ ଠାରୁ ୪୫୦ ଗ୍ରାମ ଅଫିମ ଜବତ ହୋଇଥିଲା ଓ ତାକୁ ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ ପରେ ସେ କୋଦଳା ଉପକାରାଗାରରେ ବିଚାରଧୀନ ବ୍ୟକ୍ତି ଭାବେ ବନ୍ଦି ହୋଇଥିଲେ। କିନ୍ତୁ ଆଜି ସକାଳୁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାକୁ କୋଦଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏହି ଭଳି ଅଭାବନୀୟ ପରିସ୍ଥିତିରେ ତାର ପରିବାର ଓ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.