ଜନ୍ମ ଜୟନ୍ତୀରେ ଜିଲ୍ଲା କଂଗ୍ରେସ ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି।

2

 କେନ୍ଦୁଝର,ତା୨୦/୮- ସେ ଥିଲେ ଯୁବ ସମାଜର ସ୍ପନ୍ଦନ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ଶ୍ରୀ ରାଜୀବ ଗାନ୍ଧୀ। ଭାରତ ଏକ ପ୍ରାଚୀନ ସଭ୍ୟତା ସଂସ୍କୃତିର ଅଂଶ ହେଲେ ମଧ୍ୟ ଦେଶ ଯୁବକଙ୍କ ଦେଶ ଥିଲା ଅଧିକାଂଶ ନାଗରିକ ଯୁବକ ଥିଲେ ପ୍ରଧାନମନ୍ତ୍ରୀ ମଧ୍ୟ ଯୁବକ ଥିଲେ। ଏକଥାକୁ ଆଖି ଆଗରେ ରଖି ରାଜୀବ ଜୀ ଯୁବକ ମାନଙ୍କ ଉନ୍ନତି ଲାଗି ଅନେକ ପଦକ୍ଷେପ ନେଇଥିଲେ। ବେକାରୀ ଦୂର ଲାଗି କର୍ମ ନିୟୋଜନ ଉପରେ ଦୃଷ୍ଟି ଦେଇଥିଲେ। ଟେଲି ଯୋଗାଯୋଗ କମ୍ପ୍ୟୁଟର ବିଜ୍ଞାନ କାରିଗରୀ ଶିକ୍ଷା ଓ ପ୍ରୟୋଗ ଉପରେ ଜୋର ଦେଇଥିଲେ। ଦେଶ ଲାଗି ଅନେକ ସ୍ବପ୍ନ ଦେଖି ସେ ମାତ୍ର ୪୬ବର୍ଷ ବୟସରେ ସହିଦ ହୋଇ ଯାଇଥିଲେ। ପଡୋଶୀ ଶ୍ରୀଲଙ୍କାକୁ ଶାନ୍ତି ସେନା ପଠାଇ ସଦଭାବନା ଉପରେ ସେ ମହାନ କାର୍ଯ୍ୟ କରିଥିବାରୁ ଦେଶ ଆଜି ତାଙ୍କ ଜନ୍ମଦିନରେ ରାଷ୍ଟ୍ରୀୟ ସଦଭାବନା ଦିବସ ପାଳନ କରୁଛି। ପୁଣି ସେ ଯୁବକଙ୍କ ଲାଗି ଉର୍ଜା ଅପାର ଶକ୍ତି ପ୍ରେରଣାର ଉତ୍ସ ହୋଇଥିବାରୁ ଆଜି ଦିନକୁ ଅକ୍ଷୟ ଉର୍ଜା ଦିବସ ଭାବେ ପାଳନ କରାଯାଏ। ସରକାରୀ ଭାବେ ଏସବୁ ପାଳନ ହେଲା ବେଳେ କେନ୍ଦୁଝର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ କରାଯାଇଛି। ଦଳୀୟ ନେତା କର୍ମୀ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ଏହି ମହାନ ଦିବଂଗତ ନେତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଂଯୋଜିକା ସୁଶ୍ରୀ ସଂଗୀତା ସିଂହ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର, ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ବରିଷ୍ଠ କଂଗ୍ରେସ ନେତା ମୋହନ ଚରଣ ପରିଡ଼ା, ସଂଗ୍ରାମ ଦାସ,ବିନୋଦ ବିହାରୀ ନାୟକ,ନିର୍ମଳ ନାୟକ, ରଘୁନାଥ ପାତ୍ର, ସୁଢଳ କୁମାର ସେଠୀ,ଲଳିତ ମୋହନ ନାୟକ, ମନୋରଞ୍ଜନ ରାଉତଙ୍କ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରଖି ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଫଟୋ ଚିତ୍ରରେ ଧୂପ ଦୀପ ପୁଷ୍ପମାଲ୍ୟ ଦେଇ ସମ୍ମାନ ଜଣାଇ ଥିଲେ।

Leave A Reply

Your email address will not be published.