କେନ୍ଦ୍ରାପଡା:(ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ : ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ହାଇ ଡ୍ରାମା !ସ୍ୱାମୀ ଲୁଚିଛପି ଅନ୍ୟତ୍ର ବିବାହ କରୁଥିବା ଖବର ପାଇ ସ୍ୱାମୀ କୁ କୋର୍ଟ ପରିସରରେ ଦେଖି ପିଟିଲା ସ୍ତ୍ରୀ ! ସ୍ତ୍ରୀ ଠାରୁ ନିସ୍ତୁକ ଛେଚା ଖାଇ ଶେଷରେ ଥାନାରେ ପସିଲା ସ୍ୱାମୀ ! ଘଟଣାରୁ ପ୍ରକାଶ ତନୁପୁର ଗାଁର କିଶୋର ମଲିକ ୧୫ ବର୍ଷ ପୂର୍ବେ ବନ୍ଦନାକୁ ବିବାହ କରି ୪ଟି କନ୍ୟା ସନ୍ତାନ ଲାଭ କରିଛନ୍ତି ! କନ୍ୟା ସନ୍ତାନ ହୋଇ ଥିବାରୁ ସ୍ୱାମୀ କିଶୋର ଅନେକ ସମୟରେ ସ୍ତ୍ରୀ ବନ୍ଦନା କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲା ! ଅନ୍ୟପଟେ ସ୍ତ୍ରୀ ଅଜାଣତରେ ସ୍ୱାମୀ ଲୁଚି ଛପି ଅନ୍ୟଜଣେ ମହିଳାକୁ ଭଲପାଉଥିବା ନେଇ ସ୍ତ୍ରୀ ବିରୋଧ କରିବାରୁ ସ୍ୱାମୀ ପ୍ରତିକ୍ରିୟାଶିଳ ହୋଇ ଗତ ରାତିରେ ସ୍ତ୍ରୀ ମୁହଁରେ ତକିଆ ପକାଇ ଶ୍ୱାସରୁଦ୍ଧ କରି ମାରିଦେବାକୁ ଉଦ୍ୟମ କରିଥିବା ମଧ୍ୟ କହିଛନ୍ତି ସ୍ତ୍ରୀ ବନ୍ଦନା ! ଆଜି ଅପରାହ୍ନରେ ସ୍ୱାମୀ କିଶୋର,ତାର ମହିଳା ପ୍ରେମିକା ପଟ୍ଟାମୁଣ୍ଡାଇ କୋର୍ଟ ପରିସରରେ ୨ୟ ବିବାହ କରୁଥିବା ଖବର ପାଇ ୧ମ ସ୍ତ୍ରୀ ବନ୍ଦନା କୋର୍ଟ ପରିସରରେ ପହଞ୍ଚିଥିଲା ! ନିଜ ସ୍ୱାମୀ ଓ ତାଙ୍କ ମହିଳା ପେମିକାକୁ ଦେଖିବା ମାତ୍ରେ କ୍ରୋଧାନ୍ୱିତ ହୋଇ ସ୍ୱାମୀ କିଶୋରକୁ ଟାଣି ଘୋଷାଡ଼ି ନିସ୍ତୁକ ଛେଚିଲା ! କୋର୍ଟ ପରିସରରୁ ଘୋଷାଡ଼ି ଘୋଷାଡ଼ି ଆଣୁଥିବା ବେଳେ ପଟ୍ଟାମୁଣ୍ଡାଇ ଥାନା ପୋଲିସ ପହଞ୍ଚି ସ୍ୱାମୀକୁ ଥାନାକୁ ନେଇଛି ! ଅନ୍ୟପଟେ କୋର୍ଟ ଓ ଥାନାରୁ ନ୍ୟାୟ ଅପେକ୍ଷାରେ ବସି ରହିଛି ୧ମ ସ୍ତ୍ରୀ ବନ୍ଦନା ।
Sign in
Sign in
Recover your password.
A password will be e-mailed to you.