ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ।

2

  ବାସୁଦେବପୁର -ସ୍ବର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ଅବସର ରେ ବାସୁଦେବପୁର ରେ ନଗର ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଧାୟକ ଅଶୋକ କୁମାର ଦାସ ଙ୍କ ସହ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସିଦ୍ଧାନ୍ତ ଦାସ, ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ମହାକୁଡ, ବରିଷ୍ଠ କଂଗ୍ରେସ ନେତା ରତ୍ନାକର ମଲ୍ଲିକ, ନଗର କଂଗ୍ରେସ କାର୍ଯ୍ୟକାରୀ ସଭାପତି  ବିଜୟ ମହାନ୍ତି, ସରପଞ୍ଚ ସୁବାସ ସନ୍ଧି ବିଗ୍ରହ, ଅକ୍ଷୟ ବାରିକ୍, ଚନ୍ଦନ ନାୟକ, ରାକେଶ ମହାନ୍ତି, ସୁଦର୍ଶନ ମହାକୁଡ, କ୍ଷେତ୍ର ମୋହନ ମହାକୁଡ଼ କାଉନସିଲର କାର୍ତ୍ତିକ ଖିଲାର, ସନ୍ତୋଷ ସାହୁ ଙ୍କ ବହୁ କଂଗେସ କର୍ମୀ ମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟ କ୍ରମ ରେ ଅଂଶ ଗ୍ରହଣ କରିଥିଲେ। କଂଗ୍ରେସ କାର୍ଯ୍ୟାଳୟ ରେ ସ୍ବର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧୀ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମଲ୍ୟ ଅର୍ପଣ ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ ଓ ବ୍ରୁକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି।

Leave A Reply

Your email address will not be published.