ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜାମୁପାଟଣା ଠାରେ ବିରାଜିତ ଓଡ଼ିଶାର ଅନନ୍ୟ ଶୈବପୀଠ ବାବା ଦୂତୀକେଶ୍ବର ମହାଦେବଙ୍କ ପୀଠ ରାସ୍ତା ପାର୍ଶ୍ବ ଯାତ୍ରା ପଡ଼ିଆରେ ସ୍ବାଧିନତା ଦିବସ ଅବସରରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ କାର୍ଯ୍ୟକ୍ରମର ଯୋଗଦେଇ ବୃକ୍ଷ ପୂଜନ ପରେ ପ୍ରଥମେ ଏକ ନଡ଼ିଆ ଚାରା ରୋପଣ କରିଥିଲେ । ୩ ଶହରୁ ଉର୍ଦ୍ଧ୍ବ ବିଭିନ୍ନ କିସମର ଜାତୀୟା ଆମ୍ବ ଏବଂ ନଡ଼ିଆ ଚାରା ରୋପଣ ପାଇଁ ସମସ୍ତ ବ୍ୟବସ୍ଥା ପ୍ରସ୍ତୁତ ହୋଇଥିବା ବେଳେ ବର୍ଷା ଯୋଗୁଁ ସାମାନ୍ୟ ବିଳମ୍ବ ହୋଇଥିଲା । କାର୍ଯ୍ୟ କ୍ରମରେ ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଆଇଆଇସି ଅଭୟ ବେହେରା, ସରକାରୀ ଉଦ୍ୟାନ ବିଭାଗ ଅଧିକାରୀ ଅଜିତ କୁମାର ନାୟକ, ଡେପୁଟି ରେଞ୍ଜର ଅଭିମନ୍ୟୁ ମଲିକଙ୍କ ସହିତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.