ଓଡ଼ଗାଁ,୧୫।୮(ଶ୍ରୀକାନ୍ତ କୁମାର ମିଶ୍ର): ଆମ ଦେଶର ଭବିଷ୍ୟତକୁ ମଜଭୁତ ରଖିବା ପାଇଁ ଆଗମୀ ଦିନର ନାଗରିକ ତଥା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଧ୍ୟୟନ ସହିତ ଦେଶ ପ୍ରେମର ଭାବ ଜାଗ୍ରତ କରିବାର ଆବଶ୍ୟକତା ରହିଛି । ପରାଧୀନ ଓ ସ୍ବାଧୀନ ଭାରତର ସ୍ଥିତିକୁ ଅନୁଶୀଳନ କରି ଆଗାମୀ ପିଢ଼ି ଦେଶର ସ୍ବାଧୀନତା ସହିତ ଅଖଣ୍ଡତା ବଜାଇ ରଖିବାକୁ ସର୍ବଦା ଚେଷ୍ଟିତ ହେବା ଜରୁରୀ ବୋଲି ନୟାଗଡ଼ ଜିଲ୍ଲା ଓଡ଼ଗାଁ ମିନି ଷ୍ଟାଡିୟମରେ ବ୍ଳକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ଉକ୍ତ ବକ୍ତବ ରଖିଥିଲେ । ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷକ ଭାବଗ୍ରାହୀ ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିପରି ଓଡ଼ଗାଁ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସଂଘମିତ୍ରା ଶର୍ମା, ଓଡ଼ଗାଁ ବ୍ଳକରେ ଅଧ୍ୟକ୍ଷ ଲୋକନାଥ ସାହୁ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ଓଡ଼ଗାଁ ଏନ୍ଏସିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ପତାକା ଉତ୍ତୋଳନ କରିଥିଲେ । ଏଥିସହିତ ବିଇଓଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ଓଡ଼ଗାଁ ଆଦର୍ଶ ଥାନାରେ ଆଇଆଇସି ଅଭୟ ବେହେରା, ବନବିଭାଗ କାର୍ଯ୍ୟାଳୟରେ ଡେପୁଟି ରେଞ୍ଜର ଅଭିମନ୍ୟୁ ମଲିକ, ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡା.ନିଲାଞ୍ଜନ ଦାସ, ଓଡ଼ଗାଁ ସିମ୍ବାଦିକ ସଂଘ ଓଡ଼ଗାଁ ଏବଂ ସତ୍ୟସାଇ ସେବାକେନ୍ଦ୍ରରେରେ କ୍ୟାପଟେନ ରବିନ୍ଦ୍ର କୁମାର ବଳ, ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଅଧ୍ୟକ୍ଷ ରାଜକିଶୋର ସାହୁ ପତାକା ଉତ୍ତୋଳନ କରିବା ପରେ ଅଧ୍ୟକ୍ଷ ଏବଂ ଅଧ୍ୟାପକଙ୍କ ତତ୍ବାବଧାନରେ ୨ ଶହ ମିଟର ଲମ୍ବ ବିଶିଷ୍ଟ ଏକ ଜାତୀୟ ପତାକାକୁ ସମ୍ମାନ ସହକାରେ ଛାତ ଛାତ୍ରୀ ମାନେ ଧରି କଲେଜ୍ ଠାରୁ ବାହାରି ଶ୍ଳୋଗାନ ଦେଇ ଓଡ଼ଗାଁ ହନୁମାନ ଛକ ଦେଇ ଫେରିଥିଲେ ।
ଏହି ଦୃଶ୍ୟ ସମସ୍ତଙ୍କ ମଧ୍ୟରେ ଦେଶପ୍ରେମର ପ୍ରଭାବ ଜାଗ୍ରତ କରିବ ବୋଲି ଆଶା କରାଯାଏ । ଓଡ଼ଗାଁ ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ, ପଥରା ବୃଦ୍ଧାଶ୍ରମରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଂଶୀଧର ପାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ କୁରାଳରେ ଅଧ୍ୟକ୍ଷ ଭାବଗ୍ରାହୀ କର, କୁରାଳ ରାଧାକୃଷ୍ଣ ଥିଏଟର ସଭାପତି ଗୋୖରଚନ୍ଦ୍ର ସାହୁ, କୋମଣ୍ଡ କଲେଜ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀରେ ଅଧ୍ୟକ୍ଷ ବୀରେନ୍ଦ୍ର ସାହୁ, ପନ୍ତିଖାରୀ ପଞ୍ଚାୟତରେ ସରପଞ୍ଚ ସୁଶ୍ରୀ ଶ୍ରାବଣୀ ବିଶ୍ବାଳ, ରଙ୍ଗଣୀପାଟଣା ରାଧାକାନ୍ତ ଯୁବକ ସଂଘ ଏବଂ ପଞ୍ଚାୟତରେ ସରପଞ୍ଚ ସସ୍ମିତା ପାତ୍ର, ଗାୟତ୍ରୀ ବିଦ୍ୟାମନ୍ଦିର ଓଡ଼ଗାଁ, ଗୋପବନ୍ଧୁ ଯୁବକ ସଂଘ ଛାମୁସାହି, ବସ୍ ଓନର ଆସୋସିଏସନ୍ ଓଡ଼ଗାଁରେ ଖେଳ ମଣିଷ ଭାବେ ଜଣାଶୁଣା ଦିବାକର ନାୟକ ପତାକା ଉତ୍ତୋଳନ କରିଥିଲେ। ଏତଦ ବ୍ୟତୀତ ଓଡ଼ଗାଁ, କୋମଣ୍ଡ, କୁରାଳ, ନନ୍ଦିଘୋର ବାହାଡାଝୋଲାରେ ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଘରୋଇ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପାଳନ ଅବସରରେ ହରଘର ତ୍ରିରଙ୍ଗା, ଘର ଘର ତ୍ରିରଙ୍ଗାର ମାହଲ ଦେଖିବାକୁ ମିଳିଥିଲା ।
Sign in
Sign in
Recover your password.
A password will be e-mailed to you.
Next Post