ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ, ଜାତୀୟ ପତାକାକୁ ଅସମ୍ମାନ

2

ଓଡ଼ଗାଁ,୧୬।୮(ଶ୍ରୀକାନ୍ତ କୁମାର ମିଶ୍ର): ଏକ ସ୍ବାଧିନ ରାଷ୍ଟ୍ରୀର ସଙ୍କେତ ସ୍ଵରୁପ ଜାତୀୟ ପତାକାକୁ ସର୍ବଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ହରଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅବସରରେ ଅନେକ ସ୍ଥାନରେ ଆମ ଭାରତୀୟ ଜାତୀୟ ପତାକା ତ୍ରୀରଙ୍ଗାର ଅସମ୍ମାନ ହୋଇଥିବା ପରିଲକ୍ଷିତ ହୋଇଛି। ଯଦିଓ ଏହା ଉଦେଶ୍ୟ ମୂଳକ ନୁହେଁ, ତେବେ ଏହାର ଉଡାଣ ପାଇଁ ରହିଥିବା ନିର୍ଦ୍ଦେଶାବଳୀକୁ ଅନେକ ଜାଣିନଥିବା କାରଣରୁ ଆମ ଜାତୀୟ ପତାକା ପ୍ରତି ଅଜାଣତ ଅସମ୍ମାନ ବୃଦ୍ଧି ପାଉଛି । ଏହିଭଳି ଏକ ଘଟଣା ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରାବରା ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି । ଗାଁ ମଧ୍ୟରେ ଜାତୀୟ ପତାକାକୁ ଡୋରରେ ଝାଲର ପରି ବାନ୍ଧି ସାହିର ଗୋଟିଏ କଡ଼ରୁ ଅନ୍ୟ କଡକୁ ଟାଙ୍ଗୀ ଦିଆଯାଇଛି । ଏଣୁ ପତାକା ବାଣ୍ଟିବା ସହିତ ଯଦି ଉଡାଣ ସମ୍ପର୍କିତ ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଆନ୍ତା, ହୁଏତ ଜାତୀୟ ପତାକାର ଏଭଳି ଅସମ୍ମାନ ଜନକ ପରିସ୍ଥିତି ଦେଖିବାକୁ ମିଳନ୍ତା ନାହିଁ । ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଆବଶ୍ୟକତା ରହିଛି ।

Leave A Reply

Your email address will not be published.