ସମାଜସେବୀ ଈଶ୍ବର ମହାନ୍ତିଙ୍କ ପରଲୋକ

7

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶିଷ୍ଟ ସମାଜସେବୀ ଈଶ୍ୱର ମହାନ୍ତିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ପରଲୋକ ଗମନ କରିଛନ୍ତି। ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।ଏହାଛଡା ଜୀବନବୀମାର ଏଜେଣ୍ଟ ଭାବେ କାମ କରୁଥିଲେ। ତାଙ୍କର ଅକାଳ ବିୟୋଗରେ ସିସିଡି ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଏ.ଜଗନ୍ନାଥ ରାଜୁ , ଏସଡବ୍ଲ୍ୟୁଡବ୍ଲ୍ୟୁଏସର ସଭାପତି ଡ.ଡି.ଜଗନ୍ନାଥ ରାଜୁ , ଭାଗବତ ପାଢୀ , ନରସିଂହନାଥ ସାହୁ , ଜୀତେନ ପାଣୀ , ଏ.ଆପ୍ପାରାଓ ପ୍ରମୁଖ ଶୋକପ୍ରକାଶ କରିଛନ୍ତି। ସେହି ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.