ଜନମ୍ ମାଟିନେ ସାହିତ୍ୟର ମହକ୍ ବାଣ୍ଟଲେ ପ୍ରଶାନ୍ତ ମେହେର

9

ଜମଲା ଡିଗ୍ରୀ କଲେଜନେ ‘ଆମର୍ ସାହିତ୍ୟ’ର ପଞ୍ଚମ ବାର୍ଷିକ ଉତ୍ସବ୍

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ଜନମ୍ ମାଟି, ମାତୃଭାଷା ଆରୁ ସଂସ୍କୃତି ପ୍ରତି ନିଜର୍ ଅନୁରାଗ୍‌ର ନିଦର୍ଶନ ଦେଖାଇଛନ୍ ଜମଲା ମାଟିର୍ ପୁଓ ତଥା ‘ଆମର୍ ସାହିତ୍ୟ’ର ପ୍ରତିଷ୍ଠାତା ଆରୁ ଆବାହକ ପ୍ରଶାନ୍ତ ମେହେର। ଦୁବାଇନେ ରହିକରି ବି ନିଜର୍ ଜନମ୍ ମାଟିର୍ ଭାଷା, ସାହିତ୍ୟ ଆରୁ ସଂସ୍କୃତିର୍ ବିକାଶ୍ ଲାଗି ତାକର୍ ଉଦ୍ୟମ୍‌ନେ ଜମଲା ଡିଗ୍ରୀ କଲେଜ ପରିସରନେ ଅନୁଷ୍ଠାନର୍ ପଞ୍ଚମ ବାର୍ଷିକ ଉତ୍ସବ୍ ଆୟୋଜିତ ହେଇଥିଲା। ଏନ୍ତା ଅବସର୍‌ନେ ‘ଆମର୍ ଗାଁ, ଆମର୍ ଭାଷା ଆରୁ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର ହେଇଥିଲା।

ପହେଲା ଅଧିବେଶନ୍‌ନେ କଲେଜର୍ ଅଧ୍ୟକ୍ଷ ଡ. ସ୍ୱାଧୀନ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରିଥିବାର୍ ବେଲେ ନାଟ୍ୟକାର କେଶରଞ୍ଜନ ପ୍ରଧାନ ମୁଖ୍ୟ ଅତିଥି ଆରୁ ପଦ୍ମଶ୍ରୀ ହଳଧର ନାଗ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। କଳା କହ୍ନାଇ ପ୍ରଧାନ, ଖଗେଶ୍ୱର ଦାଶ ଆରୁ ପ୍ରଶାନ୍ତ ମେହେର ସମ୍ମାନିତ ଅତିଥି ଥିଲେ।

ଦୁସରା ଅଧିବେଶନ୍‌ନେ ପଞ୍ଚାୟତ ସମିତି ଡିଗ୍ରୀ କଲେଜର୍ ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀ ସଭାପତିତ୍ୱ କରିଥିଲେ। ଆଲୋଚକ ଭାବେ ସରୋଜ କୁମାର ନାଏକ, ସନ୍ତୋଷ ସିଂ ଠାକୁର ଆରୁ ଭାଷାବିତ୍ ଉତ୍ପନ୍ନ ସାହୁ ଯୋଗଦେଇ ମାତୃଭାଷାର୍ ଗାରିମା ଆରୁ ସାହିତ୍ୟର୍ ଭୂମିକା ଉପରେ ନିଜର୍ ମତ୍ ରଖିଥିଲେ।

ଏହି ଅବସର୍‌ନେ ସମାଜସେବା ଲାଗି ନିରୋଜ ଦୋରା ଆରୁ ସାହିତ୍ୟ ସେବା ଲାଗି ଯଶୋବନ୍ତ ବିଶ୍ୱାଳ ତଥା ଚୌଡ଼ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ଖବରକାଗଜର୍ ପ୍ରତିନିଧିମାନଙ୍କୁ ବି ସମ୍ମାନିତ କରାଯାଇଥିଲା।

ସୁମନ୍ତ କୁମାର ବାଜପେୟୀ, ସଦାନନ୍ଦ ସେଠ୍ ଆରୁ ଆଶିଷ କୁମାର ଭୋଇ କାର୍ଯ୍ୟକ୍ରମ୍ ପରିଚାଳନାନେ ସହଯୋଗ କରିଥିଲେ। ସୁରେନ୍ଦ୍ର ମେହେରଙ୍କ ସଂଯୋଜନାନେ ଟଙ୍କିଆ ସ୍କୁଲର୍ ଛାତ୍ରଛାତ୍ରୀମାନେ ‘ନୁନୀ ନୁ ବୁହାସେନ୍’ ପରିବେଷଣ କରିଥିଲେ। ମିନାକ୍ଷୀ ସାହୁ, ରମିତା ବରିହା, ଝିଲୀ ନାଏକ, ପ୍ରତ୍ୟାଶା ପ୍ରାଣିଗ୍ରାହୀ, ଫରେନ୍ଦ୍ର ସାହୁ, ଅଭିଳାଷ ମିଶ୍ର, ଅଞ୍ଜନ ସାଗର ଆରୁ ସଦାନନ୍ଦ ସେଠ୍‌ଙ୍କ ସମେତ୍ ବହୁତ୍ ଅଧ୍ୟାପକ, ଅଧ୍ୟାପିକା ଆରୁ ସାହିତ୍ୟପ୍ରେମୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.