ପାଟଣାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସହରରେ ସ୍ୱାଧୀନତା ଦିବସରେ ନିର୍ଭିକ, ନିଷ୍ଠାପର ଭାବେ କାର୍ଯ୍ୟ ତୁଲାଇଥିବା ଦକ୍ଷ ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ରାଷ୍ଟ୍ରପତି ଙ୍କ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି!ସେଥି ମଧ୍ୟରେ ଜୟନ୍ତୀ ସୁନା ନାମକ ଜଣେ ମହିଳା ହାବିଲଦାର ମଧ୍ୟ ପୁରୁସ୍କୃତ ହୋଇଥିଲେ!ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସହର ସ୍ଥିତ ଗାନ୍ଧୀ ପଡାର ସୁବିଧା ସୁନା ଓ ରଘୁମଣୀ ସୁନା ଙ୍କ ଝିଅ ଜୟନ୍ତୀ ସୁନା!ସେ 9.3.1976 ମସିହା ରେ ଜନ୍ମ ଗ୍ରହଣ କରିଥିବାବେଳେ 1997 ମସିହାରେ ଓଡିଶା ପୋଲିସ କନେଷ୍ଟବଳ ଭାବେ ବଲାଙ୍ଗିର ଜିଲ୍ଲା ରିସର୍ଭ ପୋଲିସ ରେ ନିଯୁକ୍ତି ପାଇଥିଲେ!ସେ ବର୍ତ୍ତମାନ ବଲାଙ୍ଗିର ପୋଲିସ ହାବିଲଦାର ପଦବୀରେ କାର୍ଯ୍ୟ କରି ଆସୁଥିବା ବେଳେ ସେ ଜଣେ ନିର୍ଭିକ, ନିଷ୍ଠାପର ଓ ସାହାସିକତା ସହ କାର୍ଯ୍ୟ କରୁଥିବା ମହିଳା ଭାବରେ ପରିଚୟ ସୃଷ୍ଟି କରିଛନ୍ତି ! ସେ ଚଳିତ ବର୍ଷ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ପୁରସ୍କାର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ପାଇଥିଲେ!ଆଜି ସେ ନିଜ ବାସଭବନ କୁ ଫେରି ଆସିଥିବା ବେଳେ ତାଙ୍କୁ ଦଳିତ ସମାଜ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି!ପାଟଣାଗଡ଼ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ଠାରୁ ବାଦ୍ୟ ଝଙ୍କାର ରେ ଏକ ଶୋଭାଯାତ୍ରା ବାହାରି ଆମ୍ବେଦକର ଛକ ଠାରେ ବାବା ସାହେବ ଆମ୍ବେଦକର ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ପଡା ରେ ଥିବା ଗାନ୍ଧୀ କ୍ଲବ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା! ଉକ୍ତ ସଭାରେ ଲକ୍ଷେ ଘର ଗଣ୍ଡା ସମାଜ ର ସମ୍ପାଦକ ଜୟନ୍ତ କୁମ୍ଭାର,ରାଜେନ୍ଦ୍ର ନାଗ, ଆଇନଜୀବି ଭକ୍ତରାମ ବାଗ, ହରିସିଂ ବୁର୍ଲା, ଅହଲ୍ୟା ସୁନା, ଲିଙ୍ଗ ନାଗ, ଲକ୍ଷଣ ବାଗ, ଜୟଚନ୍ଦ୍ର ନାଗ ଙ୍କ ସହ ସହ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ!ସଭାରେ ମଞ୍ଚାସିନ ଥିବା ଅତିଥି ମାନେ ନିଜ ବକ୍ତବ୍ୟ ରେ ଶିକ୍ଷା ହିଁ ବିକାଶ ର ପନ୍ଥା ଦେଖାଏ ଏଣୁ କରି ସମସ୍ତେ ନିଜ ନିଜ ପୁଅ ଝିଅ ଙ୍କୁ ପାଠ ପଢାଇ ସମାଜର ମାନସମ୍ମାନ କୁ ନେଇ ଆଗକୁ ବଢ଼ିପାରିବେ ବୋଲି ମତ ପ୍ରକାଶ କରିଥିଲେ
Sign in
Sign in
Recover your password.
A password will be e-mailed to you.