ମହାରାଜ କଂସଙ୍କ ଗର୍ଜନରେ ମଥୁରା ଥରହର

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଗ୍ରାମରେ ୩୫ତମ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ବିଡିଓ  ମଧୁଛନ୍ଦା ସାହୁ ଙ୍କ କର କମଳରେ ଉଦ୍‌ଘାଟିତ ହୋଇଯାଇଛି ।ଆଜି ଯାତ୍ରାର ତୃତୀୟ ରଜନୀରି ଅତିଥି ଭାବେ କମିଟିର ସଂପାଦକ ଶ୍ରୀଯୁକ୍ତ ଚୈତନ୍ୟ  ସାହୁ, ତାଲପାଲି ଗୌନ୍ତିଆ ମନୋରଞ୍ଜନ ସାହୁ ଏବଂ ଶାସକ ପ୍ରଶାସକ ସାପ୍ତାହିକ ଖବର କାଗଜର ସାମ୍ବାଦିକ କେଦାର ନାଥ ସାହୁ ଉପସ୍ଥିତ ହୋଇଥିଲେ। ଅତିଥି ସତ୍କାର ପାଇଁ ମହାରାଜ ସୁଦୁର ବାଲେଶ୍ବରର ଆସିଥିବା ନୃତ୍ୟଙ୍ଗନା ଙ୍କୁ ନୃତ୍ୟ ପରିବେଷଣ କରିବାପାଇଁ ଆଦେଶ ଦେଇଥିଲେ । ଆଜିର ତୃତୀୟ ରଜନୀରେ ମହାରାଜ କଂସ ବିଜୁଳି କନ୍ୟା କୁ ଦର୍ପଣଶିଳାରେ କଚାଡି ମାରିବାକୁ ଉଦ୍ୟମ କରିବା ସମୟରେ କନ୍ୟାଟି ଅଦୃଶ୍ୟ ହୋଇ ଗଲା ଏବଂ ଦୈବବାଣୀ ହେଲା ” ରେ ରେ… କଂସ ତତେ  ବଧିବ ଯିଏ ଗୋପରେ ବଢୁଛି ସିଏ, ଅଷ୍ଟବର୍ଷେ ବିନାଶିବ ଆସି ମଥୁରାରେ”।ଦୈବବାଣୀ ମହାରାଜ କଂସକୁ ଅସ୍ଥିର କରି ଦେଇଥିବାରୁ ମହାରାଜ କଂସ ମାୟାବିନି ପୁତ୍ତନା ସୁନ୍ଦରୀକୁ ସ୍ମରଣ କରି ତାର ସ୍ତନରେ  ବିଷ ଭର୍ତ୍ତି କରି ଗୋପପୁର ଯାଇ କୃଷ୍ଣ ବଳରାମକୁ ନିହତ କରିବାପାଇଁ ଆଦେଶ ଦେଇଥିଲେ।

Leave A Reply

Your email address will not be published.