ଗୋଁଡ଼ ସମାଜର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଓ ବୁଢ଼ାଦେଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ।

0

ମାଣ୍ଡୋସିଲ /ପାଇକମାଲ ( ରାଜେନ୍ଦ୍ର କୁମାର ପ୍ରଧାନ) :- ଅଖିଳ ଭାରତୀୟ ଷଢ଼ବଂଶୀ ଗୋଁଡ ସମାଜ ୧୮ଗଡ଼ ରାଜ୍ୟ ରାଜବୋଡ଼ାସମ୍ୱର ଦ୍ୱରା ପବିତ୍ର ପିଠ ନୃସିଂହନାଥ ଠାରେ ଗୋଁଡ ସମାଜ ର ବୁଢ଼ାଦେଓ ମଣ୍ଡପର ପ୍ରତିଷ୍ଠା ଉସବ ଓ ମନ୍ଦିରର ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି। ଅଞ୍ଚଳର ୫ହଜାରରୁ ଉର୍ଦ୍ଧ୍ୱ ଗୋଁଡ଼ ସମାଜର ବୃଦ୍ଧ ବୃଦ୍ଧା ଯୁବକ ଯୁବତୀଙ୍କ ସମାଗମ ହୋଇଥିଲା । ଅତିଥିମାନଙ୍କୁ ନାଚି ନାଚି ଯୁବକ ଯୁବତୀ ସ୍ବାଗତ କରିଥିଲେ। ପାଇକମାଲ ବ୍ଲକ ଗୋଁଡ଼ ସମାଜ ସଭାପତି ଭାଗବତିଆ ସିଂ ଦାଉଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ସଭାରେ ମୂଖ୍ୟ  ଅତିଥି ପୂର୍ବତନ  ମନ୍ତ୍ରୀ ବିଜୟ ରଞ୍ଜନ  ସିଂ ବରିହା,  ସମ୍ମାନିତ ଅତିଥି ବ୍ଲକ ଅଧ୍ୟକ୍ଷ  ଅଲତାପ ମହମ୍ମଦ, ବରଗଡ଼ ଜିଲ୍ଲା ଗୋଁଡ଼ ସମାଜ ସଭାପତି ଜିତେନ୍ଦ୍ର ଧରୁଆ, ପୂର୍ବତନ  ଜିଲ୍ଲା ପରିଷଦ  ଅଧକ୍ଷା ଗିତାଞଲି ପୁଟା, ଛତିଶଗଡ ଅଞ୍ଚଳର ଦେବେନ୍ଦ୍ର ବାହାଦୁର ସିଂ ଓ ଅନ୍ୟାନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଆଗାମୀ ଦିନରେ ମନ୍ଦିର ନିର୍ମାଣ ପାଇଁ ସହୟତା ଦେବାକୁ ଅତିଥି ମାନେ ପ୍ରତିଶୃତି ଦେଇଥିଲେ। ଆଗାମୀ ଦିନରେ ଗୋଁଡ଼ ସମାଜ କିପରି ଉନ୍ନତି କରିବେ ସେଥିପାଇଁ କାମ କରିବାକୁ ସମସ୍ତେ କାମନା କରିଥିଲେ।

 

Leave A Reply

Your email address will not be published.