ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୯ତମ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼ ରୀନା ସାହୁ ପତାକା ଉତ୍ତୋଳନ କରି ଛାତ୍ରୀ ମାନଙ୍କୁ ଦେଶପ୍ରେମୀ ମାନଙ୍କ ତ୍ୟାଗପୂତ ଜୀବନ , ସେମାନଙ୍କ ବଳିଦାନ ଓ ସ୍ବାଧିନତା ଦିବସରେ ନାରୀମାନଙ୍କ ଅବଦାନ କିଛି କମ୍ ନଥିଲା ବୋଲି ନିଜ ବକ୍ତବ୍ୟରେ କହିଥିଲେ।
ଆମେ ଦୁର୍ନୀତିରୁ ମୁକ୍ତି , ଭୟରୁ ମୁକ୍ତି ସହ ପରିବେଶର ସୁରକ୍ଷା , ସାମାଜିକ ଏକତା ରକ୍ଷା କରିବା ବୋଲି ସଂକଳ୍ପ ନେଇଥିଲେ। ପରେ ଅଧ୍ୟାପିକା ଡ଼ ଭାରତୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ସ୍ବାଧିନତା ସଂଗ୍ରାମୀ ମାନଙ୍କ ବଳିଦାନ ସଂପର୍କରେ ଆଲୋକପାତ କରିଥିଲେ। ତୃତୀୟ ବର୍ଷର ଛାତ୍ରୀ କଳ୍ପନା ନାଗବଂଶ ତ୍ରିରଙ୍ଗା ପତାକାର ମହତ୍ବ ଉପରେ ଆଲୋକପାତ କରିବା ସହ ୫ ବର୍ଷର ଗୋଟିଏ କୁନି ଝିଅ ସାଇଶ୍ରଦ୍ଧା ପାତ୍ର ସ୍ବାଧିନତା ଉପରେ ଭାବବିହ୍ବଳିତ ହୋଇ ସୁନ୍ଦର ଭାବରେ ନିଜ ଭାଷଣ ଦେଇଥିଲା। ଏହି ପରିବେଶରେ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ରହି ସ୍ବାଧିନତା ସଂଗ୍ରାମୀ ମାନଙ୍କର ଜୟଗାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.