ମାନଗୋବିନ୍ଦପୁର ଶ୍ରମିକ ୟୁନିଅନ କାର୍ଯ୍ୟାଳୟ ସମ୍ମୁଖ ରେ ୭୯ ତମ ସ୍ୱାଧୀନତା ଦିବସ ସମାବେଶ,

4

ଦାନଗଦି:  ଆଜି ତା ୧୫, ୮. ୨୦୨୫ରିଖ  ମାନଗୋବିନ୍ଦପୁର ସ୍ଥିତ ସୁକିନ୍ଦା ରୋଡ ଲୋଡିଙ୍ଗ ଓ ଉନଲୋଡିଂ ଶ୍ରମିକ ୟୁନିଅନ କାର୍ଯ୍ୟାଳୟ ସମୁଖରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଏକ ଶ୍ରମିକ ସମାବେଶ ସଭାପତି ବିଦ୍ୟାଧର ମହାନ୍ତି ଙ୍କ ଅଧକ୍ଷରେ ଆୟୋଜନ ହୋଇଥିଲା। ପ୍ରଥମେ ଶ୍ରୀ ମହାନ୍ତି ଜାତୀୟ ପତକା ଉତ୍ତଳନ କରିକହିଲେ ଆମେ ଆଜକୁ ୭୮ ବର୍ଷ ତଳେ ଇଂଗ୍ରେଜ ମାନଙ୍କ ବିରୋଧ ରେ ଲଢ଼ି ରାଜନୈତିକ ସ୍ୱାଧୀନତା ହାସଲ କରିଥିଲେ ମଧ୍ୟ ପ୍ରକୃତଅର୍ଥନେତିକ ସ୍ୱାଧୀନତା ପାଇଁ ନାହାନ୍ତି। ଯାହା ଫଳରେ ବେକାରୀ, ଘରୋଇଶିକ୍ଷା, ଜାତିପ୍ରଥା,ହିଂସା, ଓଡ଼ିଆଦାଦନ, ଝିଅମାନେ ଆତ୍ମହୁତିଦେବା ଓ ନାରୀନିର୍ଯାତନା ରୋକିବାର କେନ୍ଦ୍ର ଓ ରାଜ୍ୟସରକାର ଅସମର୍ଥ ହୋଇଛି।ଏହାର ସମାଧାନ କରିବାକୁ ହେଲେ ଦେଶ ଓ ରାଜ୍ୟରେ ଝିଅ ମାନେ ଉଚ୍ଚଶିକ୍ଷିତା ହେବା ଜରୁରୀ ବୋଲି ଶ୍ରୀ ମହାନ୍ତି ଉଦବୋଧନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ସ୍କୁଲ ର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସାହୁ ପ୍ରଧାନଶିକ୍ଷୟତ୍ରୀ ସୁନ୍ଦରୀ ବିରୁହା, ଶିକ୍ଷକ ଗୋବର୍ଦ୍ଧନସାହୁ, ସନ୍ତୋଷ କୁମାର ପୃଷ୍ଟି ଶ୍ରମିକ ନେତା ପ୍ରତାପ କୁମାର ଦାସ, ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର ପ୍ରମୁଖ ଦେଶ ଜାତି ପାଇଁ ପ୍ରାଣବଳୀ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ମାନଙ୍କ ଗୁଣଗାନ କରିଥିଲେ ଶେଷରେ ଉପସଭାପତି ମୂନେଶ୍ୱର ନାୟକ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ।

Leave A Reply

Your email address will not be published.