ଫିଜିଓ ଥେରୋପି ସେବା କେନ୍ଦ୍ର ଉଦଘାଟିତ

7

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ପୁରୁଣା କୋର୍ଟଛକ, (ଅର୍ଣ୍ଣପୂର୍ଣ୍ଣା ନଗର ) ଠାରେ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ସେବା ନିବୃତ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଡ. ପୂର୍ଣ୍ଣଚନ୍ଦ୍ର କୋରା , ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଓଡିଶା ସାହିତ୍ୟ ଏକାଡେମୀ , ଗଜପତି ସଭ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନିତ ଅତିଥି ଭାବେ ପ୍ରସନ୍ନ କୁମାର ପଟ୍ଟନାୟକ , ଅତିଥିଭାବେ ଓ ସମ୍ପୂର୍ଣ୍ଣାନଦ ବେବର୍ତ୍ତା ସମ୍ମାନିତ ବକ୍ତା ଭାବେ ଥିଲେ।
ଆଜିର ସମୟରେ ଭୌତିକ ଚିକିତ୍ସାର ଜରୁରୀ ଆବଶ୍ୟକ୍ୟତା ସମ୍ପର୍କ ମଧ୍ୟରେ ଆଲୋଚନା କରିଲେ । ଶେଷରେ ମିନତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଅରୁପାଞ୍ଜଳି ମହାନ୍ତି ଫିଜିଓ ସେବିକା , ପରିଚାଳନା କରିଥିଲେ।

Leave A Reply

Your email address will not be published.