ଗୁଣପୁରରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ।

4

ଗୁଣପୁର ତା: ୧୫-୦୮-୨୦୨୫ରିଖ ଉପଖଣ୍ଡ ସଦର ମହକୁମା ଠାରେ ୭୯ ତମ ସ୍ବାଧୀନତା ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ଦୁଧାଳ ଅଭିଷେକ ଦିଲୀପ ମୁଖ୍ୟ ଅତିଥ୍‌ ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ସୁନ୍ଦର ଭାରତ ଗଠନ ନିମନ୍ତେ ଶିକ୍ଷା, ସମୃଦ୍ଧି ଉନ୍ନତମାନର ହେବା ଆବଶ୍ୟକ ଏବଂ ଆମ ଦେଶ ପାଇଁ ସ୍ଵାଧୀନତା ଆଣିଥିବା ସଂଗ୍ରାମୀ ମାନଙ୍କ ବଳିଦାନ ମନେ ପକେଇବା ସହ ସେମାନଙ୍କୁ ସଲାମି ଦେବା କଥା ବୋଲି ନିଜ ଅଭିଭାଷଣରେ ରେ କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର ଭାରତୀୟ ସଂରକ୍ଷିତ ବାହିନୀ ଦୁର୍ଗପତି ବ୍ରଜ ମୋହନ ନାୟକ , ଡେପୁଟି କମାଣ୍ଡାଣ୍ଡ ରମେଶ ଚନ୍ଦ୍ର ମହାଲିକ , ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଗୁଣପୁର ଆଦର୍ଶ ଥାନା ଅଧିକାରୀ କେ. କେ. ବି. କେ. କହଁର , ବନଖଣ୍ଡ ଅଧିକାରୀ ଶ୍ରୀ ଗଙ୍ଗାଧର ମିଶ୍ର , ଅତିରିକ୍ତ ତହସିଲଦାର ଗୟା ଡମ୍ବରୁଧର ବେହେରା , ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ନାୟକ, ଅଗ୍ନିଶମ ଅଧିକାରୀ ରଜନୀ କାନ୍ତ ଗୌଡ଼ ସହକାରୀ ନିର୍ବାହି ଯନ୍ତ୍ରୀ ହରେକୃଷ୍ଣ ପଣ୍ଡା ପମୁଖ ଉପସ୍ଥିତ ଥିଲେ ।
ପ୍ୟାରେଡ଼ରେ ସମୁଦାୟ ୨୬ ଗୋଟି ପ୍ଲାଟୁନ୍ ଅଂଶ ଗ୍ରହଣ କରିଥିଲେ। ଏଥି ମଧ୍ୟରେ ବରିଷ୍ଠ ଏନ୍. ସି. ସି ପ୍ୟାରେଡ୍ ରେ କମନ୍ ଏନ୍ ସି ସି ଗାନ୍ଧୀ ବିଶ୍ଵ ବିଦ୍ୟାଳୟ ପ୍ରଥମ , ଗୁଣପୁର ମହା ବିଦ୍ୟାଳୟ ଦ୍ଵିତୀୟ, ଜୁନିଅର ଏନ୍ ସି ସି ରେ ଜୁନିଅର ରେଡ୍ କ୍ରସ୍ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ, ବାଳକ ଏନ୍ ସି ସି ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଣପୁର ଦ୍ଵିତୀୟ ଓ ସିଭିଲିଆନରେ ବାଳିକା ସିଭିଲିଆନ ଏକଲବ୍ୟ ପ୍ରଥମ, ବାଳିକା ସିଭିଲିଅନ୍ ବିଦ୍ୟାନିକେତନ ପବ୍ଲିକ ସ୍କୁଲ ଦ୍ଵିତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ପ୍ରଶାସନ ପକ୍ଷରୁ ଅୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ବିଜେତା ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସହ ମାଁ ପାଇଁ ଗଛ ଟିଏ ଏ ଚିନ୍ତା ଧାରା କୁ ଉଚ୍ଚତର କରିବା ପାଇଁ ବୃକ୍ଷରୋପଣ ନିମନ୍ତେ ଗୋଟିଏ ଲେଖାଏଁ ଚାରା ମଧ୍ୟ ପ୍ରଦାନ କରାଯାଇଥିଲା । ସ୍ବାଧୀନତା ଦିବସ ନିମନ୍ତେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭୋର ୫ଟାରୁ ରାମଧୁନ ପ୍ରଚାର, ୫:୩୦ ରୁ ପ୍ରଭାତଫେରି ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଙ୍କ ସହ ପୌର ପରିଷଦ ଅଧ୍ୟକ୍ଷା, ଉପାଧ୍ୟକ୍ଷ ମିଳିତ ଭାବେ କାଳ ୭ଘଟିକାରେ ସହରରେ ସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ୟାରେଡ଼ ପରେ ମୁଖ୍ୟ ଅତିଥି ଜେଲ ଅନ୍ତେବାସୀଙ୍କୁ ମିଠା, ସଦର ଚିକିତ୍ସାଳୟ ରୋଗୀଙ୍କୁ ଫଳ, ସେବାସମାଜ ବାଳିକାଙ୍କ ପୋଷାକ, ସ୍କୁଲ ଉପକରଣ, ବଲନିକେତନ ଛାତ୍ରଙ୍କୁ ସ୍କୁଲ ବ୍ୟାଗ, ବହି ଆଦି ବଣ୍ଟନ କରିଥିଲେ । ଉପଖଣ୍ଡସୂଚନା ଓ ଲୋକ ସମ୍ପର୍କ ଅଧୂକାରୀ ଧନଞ୍ଜୟ ବେହେରା, ଅନନ୍ତ କୁମାର ପାତ୍ର ଓ ସୋମନାଥ ଗମାଙ୍ଗ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.