କଂଗ୍ରେସ ପକ୍ଷରୁ “ଭୋଟ ଚୋର ଗାଦି ଛାଡ଼” ଦାବିରେ ମଶାଲ ଶୋଭାଯାତ୍ରା

4

ଜଗତସିଂହପୁର,ତା-୧୪.୦୮.୨୦୨୫/ସୁମନ୍ତ କୁମାର ଦାସ: ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଧେଶରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ “ଭୋଟ ଚୋର ଗାଦି ଛାଡ଼” ଦାବିରେ ଗାନ୍ଧୀ ଛକ ଠାରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ମଶାଲ ଶୋଭାଯାତ୍ରାରେ ଶହଶହ ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଯୋଗଦେଇ ଭୋଟ ଚୋରି କରି ଶାସନ କରୁଥିବା ମୋଦି ସରକାର ଙ୍କ ବିରୋଧରେ ସ୍ଳୋଗାନ ଦେବା ସହ ନିର୍ବାଚନ କମିସନର ଙ୍କ ବିରୋଧରେ ନାରାବାଜି କରିଥିଲେ।
ବିରୋଧିଦଳ ନେତା ରାହୁଲ ଗାନ୍ଧୀ ନିଜସ୍ୱ ଅନୁସନ୍ଧାନ ଦ୍ୱାରା ଲୋକ ଲୋଚନକୁ ଆଣିଥିବା ଭୋଟ ଚୋରିର ୫ଟି କୁଖ୍ୟାତ କୌଶଳ ସମ୍ପର୍କରେ ଜନଗଣଙ୍କୁ ଅବଗତ କରାଇବା ସହ ଭୋଟ ଚୋରିକୁ ରୋକିବାକୁ ସମସ୍ତେ ଆଗେଇ ଆସିବାକୁ ଦଳ ପକ୍ଷରୁ ମଶାଲ ଶୋଭାଯାତ୍ରା ମାଧ୍ୟମରେ ଅନୁରୋଧ କରାଯାଇଛି।ଗଣତନ୍ତ୍ର ବଞ୍ଚାଅ ମହାସଂଗ୍ରାମରେ ସାମିଲ ହେବାକୁ ଦଳ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି। ଆଜିର ଏହି କାର୍ଯ୍ୟକ୍ରମରେ ବାଲିକୁଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ୱାଇଁ, ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ନିରଞ୍ଜନ ନାୟକ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ପିସିସି ସଭ୍ୟ ଦେବପ୍ରସାଦ ନାୟକ, ରାଷ୍ଟ୍ରୀୟ ମଜଜୁର କଂଗ୍ରେସ ଯୁବ ଶାଖାର ଜିଲ୍ଲା ସଭାପତି ବେଦଦ୍ୟୁତି ପୃଷ୍ଟି, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ କେଦାର ଦଳେଇ,ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ଉପସଭାପତି ସର୍ବେଶ୍ୱର ପଣ୍ଡା, ମହନୀ ଚରଣ ରାଉତ, ବାଲିକୁଦା ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ବିକ୍ରମ ପରିଡା, ଜଗତସିଂହପୁର ନଗର କଂଗ୍ରେସ କମିଟିର ପୂର୍ବତନ ସଭାପତି ଅଭୟ ମହାନ୍ତି, ଜଗତସିଂହପୁର ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ମାନସ କୁମାର ରଥ, ବିରିଡ଼ି ବ୍ଲକର ପୂର୍ବତନ ସଭାପତି ଅଶୋକ କୁମାର ଜେନା,ପାରାଦ୍ଵୀପ ନଗର କଂଗ୍ରେସ କମିଟିର ପୂର୍ବତନ ସଭାପତି କେଦାର ବିଶ୍ବାଳ, ବିରିଡ଼ି ବ୍ଲକ କଂଗ୍ରେସ କମିଟିର ପୂର୍ବତନ ସଭାପତି ପ୍ରିୟବ୍ରତ ମିଶ୍ର,କୁଜଙ୍ଗ ବ୍ଲକ୍ କଂଗ୍ରେସ କମିଟିର ପୂର୍ବତନ ସଭାପତି ନିହାର ଦାସ, ଏରସମା ବ୍ଲକ୍ କଂଗ୍ରେସ କମିଟିର ପୂର୍ବତନ ସଭାପତି ବଲ୍ଲଭାନନ୍ଦ ସ୍ବାଇଁ,ସରପଞ୍ଚ ପ୍ରମୋଦ ସାହୁ,ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ାକ୍ତର ଜଗଦାନନ୍ଦ ବେହେରା,ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାପତି ଇମତିଆଜ ଅହମ୍ମଦ ଖନ୍, କଂଗ୍ରେସ ନେତା କୃଷ୍ଣଚନ୍ଦ୍ର ପ୍ରଧାନ, ବିଶ୍ବଜିତ ପୋଥାଳ,ପ୍ରଭାକର ଜେନା, ସରୋଜ ନାୟକ,ସମିର ଖୁଣ୍ଟିଆ, ପବିତ୍ର ପ୍ରଧାନ, ବଳରାମ ମଲ୍ଲିକ,ଆର୍ତ୍ତତ୍ରାଣ ପଣ୍ଡା,ଜୁବୁ ମହାନ୍ତି, ସନ୍ତୋଷ ସୁତାର, ଦେବେନ୍ଦ୍ର ସୁତାର, ଚନ୍ଦ୍ରମଣି ଦାସ,ସତ୍ୟବ୍ରତ ଦାସ,ପ୍ରିତମ ପରିଜା,ସଂଦିପ ସ୍ବାଇଁ,ଆର୍ଶୀବାଦ ତ୍ରିପାଠୀ,ସାଫି ଆଜମ୍, ମଳୟ ଦାସ,ହିଫଜୁଲ୍ ରହେମାନ, ସେଖ ହେଦାୟିତ ଅଲ୍ଲୀ,ସେଖ୍ ଅମିନୁସ ସାଜେଦିନ,ସୁଧୀର ରାଉତ, ସ୍ମୃତି ରଞ୍ଜନ ମହାନ୍ତି, ପବିତ୍ର ପ୍ରଧାନ,ଦାସରଥୀ ସ୍ବାଇଁ , ଉମେଶ ସ୍ୱାଇଁ, ଇଂ ଜ୍ଞାନ ରଞ୍ଜନ ଜେନା ,ରବୀନ୍ଦ୍ର କୁମାର ମଲ୍ଲିକ, ସୌମ୍ୟରଞ୍ଜନ ରାଉତ, ଚନ୍ଦ୍ର ଶେଖର ଶତପଥୀ,ସୁକାନ୍ତ ମହାପାତ୍ର, ପ୍ରାଣକୃଷ୍ଣ ପଶାୟତ, ଶ୍ରୀକାନ୍ତ ପ୍ରଧାନ, ସଙ୍କରେଶ୍ବର ଦାସ,ପବିତ୍ର ଦାସ, ଅସିତ୍ ମହାନ୍ତି, ଜୀବନ ଜେନା,ବିଜୟ ପଲାଉରୀ, ଧର୍ମାନନ୍ଦ ବିଶ୍ବାଳ, ଚିତ୍ରସେନ ସାହୁ,କାର୍ତ୍ତିକ ମଲ୍ଲିକ,ତ୍ରିପୁରେଶ୍ବର ମଲ୍ଲିକ, ଅବନୀକାନ୍ତ ମହାରଣା, ମନୋରଞ୍ଜନ ଜେନା, ମନୋଜ ଦାଶ,ଦିଲ୍ଲିପ ମାହାଳୀ, ଶରତ ମଲ୍ଲିକ,ଅମ୍ବିକା ମହାନ୍ତି, ଅକ୍ଷୟ କୁମାର ଜେନା, ସୌଭାଗ୍ୟ କୁମାର ବିଶ୍ବାଳ,ସେଖ୍ ସଫାତ୍,ବିଜୟ ମଲ୍ଲିକ,ତପନ ବିଶ୍ବାଳ, କାହ୍ନୁଚରଣ ରାଉତ, ନାରାୟଣ ନାୟକ, ଅମିତ୍ ଖୁଣ୍ଟିଆ,ଧନା ଖାଁ, ବସନ୍ତ କୁମାର ଭୋଇ,ଦିଲ୍ଲିପ କୁମାର ସିଂହ,ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.