ପୋଖରାସାଲ୍ହେ ଟି-୧୦ କପ କ୍ରିକେଟ, ମାମା ଛକ ବ୍ରଜରାଜନଗର ଚାମ୍ପିଅନ

6


ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅନ୍ତର୍ଗତ ପୋଖରାସାହ୍ଲେ ଗ୍ରାମରେ ୫ ଦିନ ଧରି ଚାଲିଥିବା ‘ପୋଖରାସାଲ୍ହେ ଟି-୧୦ କପ୍ ୨୦୨୬ ସିଜନ୍-୨’ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ତରେଇକେଲା ଦଳକୁ ପରାସ୍ତ କରି ମାମା ଛକ ବ୍ରଜରାଜନଗର ଦଳ ଚାମ୍ପିଅନ ହୋଇଛି।
ଉଦଯାପନୀ ଉତ୍ସବରେ ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସ ମୂଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ସମାଜସେବୀ ପରମେଶ୍ୱର ନାଏକ, ବିଜେଡି ବ୍ଲକ ସଭାପତି ପୁରୁଷୋତ୍ତମ ନାଏକ, ସମବାୟ ସମିତି ସଭାପତି ଲକ୍ଷ୍ମଣ ସାହୁ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନରେନ୍ଦ୍ର ଭୋଇ, ସମାଜସେବୀ ବେଦବ୍ୟାସ ସାହୁ, ଡିପିଏ କଲେଜର ପୂର୍ବତନ ଅଧ୍ୟକ୍ଷ ସୁକାନ୍ତ ପଟେଲ ଏବଂ ଅଧ୍ୟାପକ ମଧୁସୂଦନ ବଳବନ୍ତ ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ l ଅତିଥିମାନଙ୍କ ଦ୍ୱାରା ବିଜେତା ମାମା ଛକ ବ୍ରଜରାଜନଗର ଦଳକୁ ଚାମ୍ପିଅନ ଟ୍ରଫି ସହିତ ୩୦ ହଜାର ଟଙ୍କାର ଅର୍ଥରାଶି ଏବଂ ଉପବିଜେତା ତରେଇକେଲା ଦଳକୁ ରନର୍ସ ଅପ୍ ଟ୍ରଫି ସହିତ ୨୦ ହଜାର ଟଙ୍କା ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା।
ଏହି ୫ ଦିନିଆ ଟୁର୍ଣ୍ଣାମେଣ୍ଟରେ ଆୟୋଜକ କମିଟିର ଆକାଶ ଛଛାନ, ଚନ୍ଦ୍ର ଶେଖର ନାଏକ, ଦୀପକ ନାଏକ, ଇଙ୍କିତ ନାଏକ, ପ୍ରଦୀପ ନାଏକ, ବିକ୍ରମ୍ ନାଏକ, ଧନେଶ୍ୱର ଜଗତ ପ୍ରମୁଖ ସହଯୋଗ କରିଥିଲେ।

Leave A Reply

Your email address will not be published.