ଖୋର୍ଦ୍ଧାରୁ, (ଶେକ ଜାଫର): ସାରା ଭାରତ ବର୍ଷ ରେ ପାଳିତ ହେବାକୁ ଯାଉଛି ସ୍ଵାଧୀନତା ର ୭୯ ବର୍ଷ। ଏ ସମ୍ପର୍କ ରେ ଦେଶ ବାସି ଙ୍କୁ ସଚେତନ ଏବଂ ଦେଶ ପ୍ରେମ୍ ରେ ଅଂଶ ଗ୍ରହଣ କରିବାକୁ ଆରମ୍ଭ ହୋଉଛି ହର ଘର ତିରଙ୍ଗା କାର୍ଯ୍ୟକ୍ରମ। ଏହି ଅବସର ରେ ସ୍ଥାନୀୟ ବିଡ଼ିଏ କଲୋନୀ ସ୍ଥିତ ସିଗମା ପବ୍ଲିକ ସ୍କୁଲ୍ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଆରମ୍ଭ ହୋଇଥିଲା ତିରଙ୍ଗା ଶୋଭାଯାତ୍ରା। ଛାତ୍ର ଛାତ୍ରୀ ମାନେ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରଂ, ଭାରତ ମାତା କି ଜୟ, ସହିତ ଅନ୍ୟ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ବିଭିନ୍ନ କଲୋନୀ, ସାହି ପରିକ୍ରମା କରିଥିଲେ। ଅନୁଷ୍ଠାନ ର ନିର୍ଦ୍ଦେଶକ ଶୁଭ୍ରାଂଶୁ ରଂଜନ ସାମନ୍ତରାୟ ଙ୍କ ଦିଗ ଦର୍ଶନ ରେ ଆୟୋଜିତ ଏହି ହର ଘର ତିରଙ୍ଗା ଶୋଭାଯାତ୍ରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ମମତାଞ୍ଜଳି ପଟ୍ଟନାୟକ, ଶିକ୍ଷକ ତୁଷାର ରଂଜନ ମହାନ୍ତି, ମାନସ ରଞ୍ଜନ ମହାପାତ୍ର, ସୁମିତ୍ରା ତ୍ରିପାଠୀ, କରିଶ୍ମା ସାହୁ ଏବଂ ଅଭିଭାବକ ଅଂଶ ଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରା ରେ ପରିକ୍ରମା କରିବା ସମୟ ରେ ଜନ ସାଧାରଣ ସାମିଲ ହୋଇ ସ୍ଲୋଗାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post