“ମ୍ୟାଜିକ ଶୋ “ମାଧ୍ୟମରେ ଫସଲ ବୀମା ପାଇଁ ସଚେତନତା

4

ଜଗତସିଂହପୁର,ତା ୧୪/୦୮/୨୫ ସୁମନ୍ତ କୁମାର ଦାସ: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉପରେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବସ୍ ଷ୍ଟାଣ୍ଡ ରେ ଏକ ସଚେତନତା ମ୍ୟାଜିକ ସୋ ଅନୁଷ୍ଠିତ ହୋଇ ଯାଇଛି। ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ଦ୍ୱାରା ଆୟୋଜିତ ଉତ୍ସବରେ ଓଡିଶା ର ସୁ ପରିଚିତ ଯାଦୁକର ଶିବନାଥ ତାଙ୍କ ଯାଦୁକରୀ କଳା କୌଶଲ ମାଧ୍ୟମ ରେ ଫସଲ ବୀମା ର ସୁବିଧା ସୁଯୋଗ ବିଷୟରେ ସଚେତନତା କରିଥିଲେ। ପ୍ରାରମ୍ଭ ରେ ନାଉଗାଁ ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା ମହାପାତ୍ର, କାର୍ଯ୍ୟକ୍ରମ କୂ ଉଦଘାଟନ କରିଥଲେ। ରିଲିଆନ୍ସ ଜେନେରାଲ ଇନ୍ସୁରାନ୍ସ କମ୍ପାନୀ ର କ୍ଲଷ୍ଟର ମୁଖ୍ୟ ମୃତୁଞ୍ଜୟ ରାଉତ, ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରି ଫସଲ ବୀମା ର ଈପଯୋଭତା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ଗତ ବର୍ଷ ଡିସେମ୍ବର ମାସ ର ଅଦିନିଆ ବର୍ଷା ରେ ହୋଇ ଥିବା କ୍ଷେୟ କ୍ଷେତି ବାବଦ ରେ ଜଗତସିଂହପୁର ଜିଲ୍ଲା ରେ ନିଦ୍ଧାରିତ ସମୟ ସୀମା ମଧ୍ୟରେ ସୂଚନା ଦେଇଥିବା 24 ହଜାର ଚାଷୀ ଙ୍କୁ 4 କୋଟି 19 ଲକ୍ଷ ଟଙ୍କା କ୍ଷେୟ କ୍ଷତି ପୂରଣ ବାବଦ ରେ ପ୍ରଦାନ କରାଯାଇ ଥି ବା ନେଇ ସୂଚନା ଦେଇଥିଲେ। ଫସଲ ବୀମା ପଞ୍ଜିକରଣ ର ଶେଷ ତାରିଖ ପୂର୍ବ ରୁ ଅଧୁକ ସଂଖ୍ୟକ ଚାଷୀ ନିକଟସ୍ଥ ଜନସେବା କେନ୍ଦ୍ର ରେ ଓ଼ଞ୍ଜିକରଣ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲା ସଂଯୋଜକ ମୁର୍ଦୁଗୁଲ ଗଜବର୍ୟ, ରିସ୍କ ଟିମ ଜିଲ୍ଲା ସଂଯୋଜକ ନାଜିମ, କୃଷି କର୍ମଚାରୀ ବିଶ୍ୱଜିତ ପରିଡା, ମାମିନା ସେଠୀ, ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ। ଜିଲ୍ଲା ସଂଯୋଜକ ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜକ ରେ ବ୍ଲକ ସଂଯୋଜକ ସୌମ୍ୟ ରଞ୍ଜନ ନିହାଣ,କବି ପ୍ରସାଦ ନାୟକ,ଚନ୍ଦନ ମହାରଣା, ପ୍ରାସନ୍ନ ବାରିକ, କନ୍ନେହୀ ବେହେରା, ଅକ୍ଷୟ ଭୋଳ ପ୍ରମୁଖ ସହଯୋଭ କରିଥିଲେ

Leave A Reply

Your email address will not be published.