ଜଳ ବାୟୁ ପରିବର୍ତନ ସମ୍ପର୍କିତ ଦୁଇ ଦିନିଆ କର୍ମଶାଳା

4

ଦେବି ମୁହାଣରେ ଲକ୍ଷାଧିକ ହେନ୍ତାଳ ଚାରା ରୋପଣ କରାଯିବ

ଅସ୍ତରଙ୍ଗ: ଅତି ସମ୍ବେଦନଶୀଳ ଦେବି ମୁହାଣ ଅଞ୍ଚଳ ସାମୁଦ୍ରିକ ଅବକ୍ଷୟର ସମ୍ମୁଖୀନ ହେଉଛି l ବାତ୍ୟା ବନ୍ୟା ସୁନାମି ପ୍ରବଣ ଅଂଚଳ ଦେବୀ ମୁହାଣ ଅବ ବାହିକାରେ ବାସ କରୁଥିଵା ଅସ୍ତରଙ୍ଗ ଅଞ୍ଚଳବାସୀ, ଭୟାତୁର ଅବସ୍ଥାରେ କାଳିତିପାତ କରୁଛନ୍ତି l ଭାରତୀୟ ଜାତୀୟ ସାମୁଦ୍ରିକ ସର୍ଭେ ଅନୁଯାଇ ପୁରୀ ଜିଲ୍ଲା ର ଅସ୍ତରଙ୍ଗ ଉପକୂଳ ଭୁକମ୍ପଣ ପ୍ରବଣ ଜୋନ ମଧ୍ୟରେ ଅବସ୍ଥିତ l ବିଶ୍ଵ ତାପାୟନ ଏବଂ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ଯୋଗୁଁ ଅସ୍ତରଙ୍ଗ ର ଦେବୀ ମୁହାଣ ଠାରୁ କେଳୁଣି ମୁହାଣ ଦୀର୍ଘ କୋଡିଏ କିମି ପର୍ଯ୍ୟନ୍ତ ସାମୁଦ୍ରିକ ଅବକ୍ଷୟ ହେଉଛି l ଆଜି ପରିବେଶ ସମ୍ପର୍କିତ କାର୍ଯ୍ୟକ୍ରମ ଜାରି ରଖିଥିବା, ଏଫଏସଏ,ଭାରତୀୟ ତୈଳ ନିଗମ “ସ୍ୱାଦ’ ର ମିଳିତ ସହ ଯୋଗରେ ଅନୁଷ୍ଠାନ ର ଦୁଇ ଦିନିଆ କର୍ମ ଶାଳାରେ ବିସିଷ୍ଟ ପରିବେଶ ବିତ ଶୋଭାକର ବେହେରା ଙ୍କ ତତ୍ବାବ ଧାନରେ ଶତାଧିକ ସ୍ଥାନୀୟ ମହିଳା, ବୁଦ୍ଧିଜୀବୀ, ସାମ୍ବାଦିକ, ଏବଂ ସ୍ବେଛାସେବୀ ଉପସ୍ଥିତି ରହି ଉପକୂଳ ସୁରକ୍ଷା ପାଇଁ ପିର ଜାହାନିଆ କଲ୍ୟାଣ ମଣ୍ଡପ ପରି ସରରେ ସଂକଳ୍ପ ନେଇଥିଲେ l
ଗତ ମଙ୍ଗଳବାର ଠାରୁ ଦୁଇଦିନ ଧରି ଜାରି ରହିଥିବା , ପରିବେଶ ସୁରକ୍ଷା ସମ୍ପର୍କ ରେ ଅତିଥି ଭାବେ ରଞ୍ଜନ କୁମାର ଦାସ , (ଅବସର ପ୍ରାପ୍ତ ଆଇ ଏ ଏସ ), ସଂସ୍ଥାର ସଂସ୍ଥାପକ ଆଲେକ ଜାଣ୍ଡାର ଦାସ, ପ୍ରଫେସର ନିହାର ରଞ୍ଜନ ଦାସ ,ହେମନ୍ତ କୁମାର ମିଶ୍ର,ପ୍ରେମାନନ୍ଦ ବିଶ୍ଵାଳ କାର୍ଯ୍ୟ କ୍ରମର ସଂଯୋଜକ ଆକାଂକ୍ଷା ନାୟକ ପ୍ରମୁଖ ଉପସ୍ଥିତି ରହି ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ ବ୍ଳକ ର ପରିବେଶ ସୁରକ୍ଷା ଉପରେ କାର୍ଯ୍ୟକ୍ରମ କରିଥିବା ବିଶିଷ୍ଟ ବ୍ୟକ୍ତି, କଣମଣ ଗ୍ରାମର ସରୋଜିନୀ ନାୟକ, ଶିକ୍ଷକ ବିଜୟ ଭଟ୍ଟ, କଳ୍ପନା ନାୟକ, ବନି ବାରିକ,ସମେତ ପାଞ୍ଚଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା l
ଏହି ଦୁଇଦିନିଆ କର୍ମଶାଳାକୁ ପରିଚାଳନା ଓ ସହଯୋଗ କରିଥିଲେ ଥିଲେ , ସାମ୍ବାଦିକ ଦୁଃଶାସନ ନାୟକ, ରଞ୍ଜନ କୁମାର ନାୟକ,ପ୍ରଶାର ଖୁଣ୍ଟିଆ,ପ୍ରମୁଖ

Leave A Reply

Your email address will not be published.