କେନ୍ଦୁଝର,ତା୧୩/୮- ରାଜସ୍ୱ ଅମଲାମାନଙ୍କ ସାମୂହିକ ଛୁଟି ଆଜି ତା ୧୩/୦୮/୨୦୨୫ ରିଖ ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ବ୍ଲକ, ତହସିଲ, ଆଇସିଡ଼ିଏସ, ଆଇଟିଡ଼ିଏ,ଆରଟିଓ ଅଫିସ ପ୍ରଭୃତି କାର୍ଯ୍ୟାଳୟ ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏଥିରେ ସରକାର ଭୟଭୀତ ହୋଇ ଛୁଟିକୁ ବାତିଲ କରିବାପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଏଥିରେ ରାଜ୍ୟର ୩୦ ଗୋଟି ଜିଲ୍ଲାର ନେତୃମଣ୍ଡଳୀଙ୍କୁ ନେଇ ଏକ ଆଭାସି ବୈଠକ ହୋଇଥିଲା। ବୈଠକରେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଘର ନିନ୍ଦା କରାଯିବା ସଙ୍ଗେସଙ୍ଗେ ଏହା ଏକ ଦୁର୍ଭାଗ୍ୟଜନକ କଥା ଓ ମନ୍ତ୍ରୀଙ୍କର ଉକ୍ତି ସମସ୍ତ ରାଜସ୍ୱ ଅମଲାଙ୍କୁ ଏକ କଟାକ୍ଷ ବୋଲି ମତ ପ୍ରକାଶ ପାଇଥିଲା। ଏହା ପରେ ପରେ ସମସ୍ତ ଜିଲ୍ଳାର ଅମଲାଙ୍କୁ ଆଗାମୀ ଦିନର କାର୍ଯ୍ୟପନ୍ଥା ବିଷୟରେ ମତ ଲୋଡା ଯାଇଥିଲା। ସମସ୍ତ ଜିଲ୍ଳାର ଅମଲାମାନେ ସରକାରଙ୍କ ଯେ କୌଣସି ପଦକ୍ଷେପ ନେଲେ ମଧ୍ୟ ଯେପର୍ଯ୍ୟନ୍ତ ଲେଭଲ-୯ ଓ ପଦବୀ ପୁନର୍ଗଠନ ନହୋଇଛି ସେପର୍ଯ୍ୟନ୍ତ କେହି କାର୍ଯ୍ୟରେ ଯୋଗ ନଦେବାପାଇଁ ଦାବୀ ହୋଇଥିଲା । କେନ୍ଦୁଝର ଜିଲ୍ଲା ମଧ୍ୟ ଏଥିରେ ସହମତି ପ୍ରକାଶ କରି ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ପୂର୍ବପରି ଆନ୍ଦୋଳନ ଯେପରି ଚାଲୁ ରହିଥିଲା ଠିକ୍ ସେମିତି ଆନନ୍ଦପୁର, ଚମ୍ପୁଆ ଓ ଜିଲ୍ଲା ମୁଖ୍ୟାଳୟରେ ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି ସଭାପତି ଜୀତେନ୍ଦ୍ର ମହାପାତ୍ର, ସମ୍ପାଦକ ପ୍ରଭାତେନ୍ଦୁ ନାୟକ,ମିଡ଼ିଆ ସଂଯୋଜକ ପୀତବାସ ମହାନ୍ତ, କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ମିନତି ସାହୁ, ଉପଦେଷ୍ଟା ଭୁବନେଶ୍ୱର ମହାପାତ୍ର, କୈଳାଶ ଚନ୍ଦ୍ର ମଲ୍ଲିକ, ସନ୍ତୋଷ କୁମାର ରଣା, ପ୍ରଭାତୀ ପ୍ରଧାନ, ଗୌରାଙ୍ଗ ଚରଣ ଜେନା ପ୍ରଭୃତି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.