ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଏବଂ ଜାତୀୟ ଏକତାକୁ ବଜାୟ ରଖିବା ପାଇଁ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ଆଜି ସକାଳ ଆଠ ଘଣ୍ଟ ସମୟରେ ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ବଡ଼ଗଡ଼ ଠାରୁ ବାହାରି ସୋରଡା ବ୍ଲକ୍ ର ବିଭିନ୍ନ ଗ୍ରାମ ଦେଇ ଦିନ ବାର ଘଂଟା ସମୟରେ ବେଲଗୁଣ୍ଠା ବ୍ଲକ୍ ଖଇରପୁଟି ସ୍ଥିତ ହନୁମାନ ମନ୍ଦିର ନିକଟରେ ପହଞ୍ଚିଥିଲେ I ସେଥରୁ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ମୋଟରସାଇକେଲ୍ ରେ ବିଜେପି କର୍ମୀ ମାନେ ଗାଙ୍ଗପୁର,କ୍ଷତ୍ରିୟବରପୁର, ବିଞ୍ଚଣା, ଗୋବରା, କଣ୍ଟେଇପଲ୍ଲୀ, ନେଟଙ୍ଗା, ଇଙ୍ଗିନାଠୀ,ନୁଆଁଗାଆଁ ଛକ,ତନରଡ଼ା, ବାଣତୁମ୍ବ,ବେଲଗୁଣ୍ଠା ଦେଇ ମଙ୍ଗଳପୁର କାଳୀ ମନ୍ଦିର ନିକଟରେ ପହଞ୍ଚିବା ପରେ ଶୋଭାଯାତ୍ରା ସମାପ୍ତ ହୋଇଥିଲା I ବେଲଗୁଣ୍ଠା ଅଞ୍ଚଳର ବିଜେପି କର୍ମୀ ମାନେ ମାଆ ବ୍ରାହ୍ମଣ ଦେବୀ ପୀଠରୁ ଶୋଭାଯାତ୍ରାରେ ବାହାରି ନୃସିଂହ ମନ୍ଦିର, ପେଣ୍ଠ ସାହି,କୋଳି ସାହି, ବାଙ୍କି ବଜାର,ହାଟପଦା, ମୂଖ୍ୟ ସଡକ ଦେଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ I ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ସରପଞ୍ଚ ସତ୍ୟବାନ ସ୍ୱାଇଁ, ଶୁକଦେବ ସ୍ୱାଇଁ, ସୁଶାନ୍ତ ସାହୁ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କେ କ୍ରିଷ୍ଣା ମୂର୍ତ୍ତୀ ପାତ୍ର, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ମହନ୍ତ ରାମକୃଷ୍ଣ ଦାସ, ସୁରେନ୍ଦ୍ର କୁମାର ଡାକୁଆ,ସଞ୍ଜୟ ପ୍ରଧାନ,ଚିନ୍ତାମଣି ସ୍ୱାଇଁ,ବାଲ୍ଯ ସ୍ୱାଇଁ, ଯୁବନେତା ରାମସ୍ଵାମୀ ରାଜୁ, ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡା, ସମିତିସଭ୍ୟ ପ୍ରଫୁଲ୍ଲ ଗୌଡ଼, କାମରାଜୁ ସ୍ୱାଇଁ, ବେଲଗୁଣ୍ଠା ମଣ୍ଡଳ ସଭାପତି ତଥା ଆସିକା ସାଂସଦ ପ୍ରତିନିଧି ନାରାୟଣ ସାହୁ,ଏନ୍ଏସି ସାଧାରଣ ସମ୍ପାଦକ ସୂର୍ଯ୍ୟନାରାୟଣ ତ୍ରିପାଠି, ବରିଷ୍ଠ ନେତା ନୀଳାଞ୍ଚଳ ମହାପାତ୍ର, ଗୁରୁନାଥ ପତି, ଯୁବ ନେତା ଶଙ୍କର ପାତ୍ର, ଗଙ୍ଗା ଡାକୁଆ, ବ୍ଲକ୍ ଉପାଧ୍ୟକ୍ଷା ପ୍ରତିନିଧି ପ୍ରମୋଦ ପ୍ରଧାନ,ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା, ରାମଚନ୍ଦ୍ର ସିଅଙ୍କ ସମେତ ବହୁ ବିଜେପି ନେତା, କର୍ମୀ, ସରପଞ୍ଚ,ସମିତି ସଭ୍ୟ ଯୋଗଦେଇଥିଲେ I
Sign in
Sign in
Recover your password.
A password will be e-mailed to you.