କେନ୍ଦୁଝର: ପୁଣି ଜଣେ ଛାତ୍ରୀଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ମିଳିଲା।

4
  •  ଉଦ୍ଧାର ବେଳେ ଶବର ସ୍ଥିତି ଦେଖି ହତ୍ୟା ସନ୍ଦେହ। 

  • ଅସୁରକ୍ଷିତ ଅବସ୍ଥାରେ ଧରଣୀଧର ବିଶ୍ୱବିଦ୍ୟାଳୟ ଝିଅ ମାନେ ମେସରେ ରହୁଛନ୍ତି।         

କେନ୍ଦୁଝର,ତା୧୩/୮- କେନ୍ଦୁଝର ଧରଣୀଧର ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ଆଜି ଝୁଲନ୍ତା ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାଯାଇଛି। କିଛି ଦିନ ତଳେ ଆଉ ଜଣେ ଝିଅ ଏହିପରି ଝୁଲି ମୃତ୍ୟୁବରଣ କରିଥିଲେ। ଉଲ୍ଲେଖଯୋଗ୍ୟ କି ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଖୁବ ନାମ ଥିଲା ତେଣୁ ଏଠାକୁ ରାଜ୍ୟର ଅନେକ ଜିଲ୍ଲାରୁ ଛାତ୍ରଛାତ୍ରୀ ଆସନ୍ତି ପଢିବାକୁ ଏପରିକି ଟାଟା,ଚାଇଁବସା, ନୂଆମୁଣ୍ଡି,ଜାମଦା ପରି ପଡୋଶୀ ଝାଡ଼ଖଣ୍ଡ ଅଂଚଳରୁ ବହୁ ପିଲା ଏଠାକୁ ଆସି ପଢୁଛନ୍ତି। କିନ୍ତୁ ଏବେ କଲେଜକୁ ବିଶ୍ୱବିଦ୍ୟାଳୟ ମାଡ଼ି ବସିବା ପରେ ପ୍ରଶାସନିକ ବ୍ୟବସ୍ଥା ଢିଲା ହୋଇଯାଇଛି। ହତ୍ୟା ହେଉ କି ଆତ୍ମହତ୍ୟା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସି ଯାଉଛନ୍ତି। ଆଜି ଝିଅଟି ମରିଗଲା ସେ ଘରୋଇ ମେସ୍‌ ଟାଇଲି ଘର ଥିଲା ରୁମରେ ଖଟ ସବୁ ଭର୍ତ୍ତି ଥିଲା ଏପରି ବଖରାରେ ପିଜି ପିଲା ରହୁଛନ୍ତି।  ସହଜେ ପାଠ ପଢା ଚାପ ଏପରି ପରିବେଶରେ ରହିଲେ ଚାପ ବେଶୀ ବଢିବା ସ୍ୱାଭାବିକ କଥା। ପିଜି ଝିଅଙ୍କୁ ସିଙ୍ଗଲ ରୁମ୍ ଦେବା ବ୍ୟବସ୍ଥା ଥିବା ବେଳେ ଏଠାରେ ଅସମ୍ଭବ। ବିଶ୍ୱବିଦ୍ୟାଳୟର ରେସିଡେନ୍ସ କମିଟି ମେସ୍‌ ହଷ୍ଟେଲ ବୁଲି ପିଲାଙ୍କ ଅବସ୍ଥା ଦେଖିବା କଥା ହେଲେ ଏଠାରେ ହେଉନି ଏହି ଦାୟିତ୍ୱରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଖସି ଯାଇ ପାରିବେନି। ତେବେ ଆଜି ଝିଅଟିର ଶବ ଉଦ୍ଧାର ବେଳେ ଗୋଡ଼ ତଳେ ଲାଗିଥିବାର ଅଭିଯୋଗ ଆସିଛି ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଆବଶ୍ୟକ। ଟାଉନ ଥାନା ପକ୍ଷରୁ ତଦନ୍ତ ଏବେ ଚାଲିଛି ଦେଖିବାକୁ ବାକି ରହିଲା ସତ୍ୟାସତ୍ୟ କେବେ ଜଣାପଡୁଛି।

Leave A Reply

Your email address will not be published.