୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

4

ରାୟଗଡ଼: ସ୍ଥାନୀୟ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟ ତରଫରୁ ଟ୍ରଷ୍ଟର ସମ୍ମିଳନୀ କକ୍ଷରେ ସାଇପ୍ରିୟା ନଗରରେ ବାସ କରୁଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଯାଇଛି । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସଭାପତି ଶ୍ରୀ ନନ୍ଦ କିଶୋର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଯୋଗଦେଇ ବିକଶିତ ରାଷ୍ଟ୍ରର ସୁସଂଗଠନ ଛାତ୍ର ସମାଜ ଉପରେ ନିର୍ଭର କରିଥାଏ l ଏହି ପରିପ୍ରେକ୍ଷୀରେ କୁହାଯାଏ ଆଜିର ଶିଶୁ କାଲିର ନାଗରିକ l ସମୟ ତାଳରେ ତ ଆମେ କାଲିର ନାଗରିକ ହୋଇଯିବା କିନ୍ତୁ ଆଗାମୀ କାଲିର ବିକଶିତ ଭାରତ ଗଠନ ପାଇଁ ତୁମେ କଣ ଭାବିଛ କୁହ କିନ୍ତୁ ଆମେ ସମସ୍ତେ ନୀରବ ଆମ ପାଖରେ ଉତ୍ତର ନାହିଁ କାହିଁକିନା ଆମ ଭିତରେ ରାଷ୍ଟ୍ର ପ୍ରେମର ବହ୍ନି ଆଜିବି ଶୀଥିଳ l ଯଦି ଶୀଥିଳ ନୁହେଁ ତାହେଲେ କାହିଁକି ସ୍ୱାମୀ ବିବେକାନନ୍ଦ କୁହନ୍ତି ଉତିଷ୍ଠ ଜାଗ୍ରତ ହୁଅ l ଆଜି ଆଉ ଆମେ ଶୋଇ ରହିଲେ ହେବ ନାହିଁ ଆମକୁ ଆମ ଦେଶ ଗଠନରେ ସାମିଲ କରିବାକୁ ପଡିବ l ଶିକ୍ଷାର ସୁଯୋଗ ଅଛି, ସ୍ୱାଧୀନ ମତବ୍ୟକ୍ତର ଅଧିକାର ଅଛି l ତୁମେ ଆବିଷ୍କାର ଉଦ୍ଭାବନାର ସମସ୍ତ ସୀମାକୁ ସ୍ପର୍ଶ କରିପାରିବ l ଦେଶ ମାତୃକାର ଉନ୍ନତି ଆମର ଉନ୍ନତି ସହ ସମାନୁପାତରେ ଗତିଶୀଳ l ତେଣୁ ଦେଶର ପ୍ରସ୍ତୁତି ଆମ ଠାରୁ ହେବା ଆବଶ୍ୟକ l ଜଣେ ଛାତ୍ର ଭବିଷ୍ୟତରେ କଣ ହେବ ତାର ମୂଳଦୁଆ ଏହି ଛାତ୍ର ଜୀବନରୁ ହିଁ ନିର୍ମାଣ ହୁଏ l ତାହା ଯେତେ ସୁଦୃଢ ହେବ ଦେଶ ସେତେ ସୁଦୃଢ ହେବ l ତେଣୁ ଆମକୁ ପୁସ୍ତକ କିଟ ନ ହୋଇ କୁଶଳୀ ହେବାକୁ ପଡିବ l ତାହେଲେ ଦେଶ ବିକଶିତ ହେବା ସହ ଆଗକୁ ଯାଇପାରିବ ବୋଲି ମତବ୍ୟକ୍ତ କରିବା ସହ ଆସ ଛାତ୍ରଛାତ୍ରୀ ଗଣ ଆମେ ଦେଶର ଗଠନ କରିବା ବିନ୍ଦୁ ବିନ୍ଦୁ ହୋଇ ସିନ୍ଧୁ ତିଆରି କରିବା ଅସୀମ ସାହାସ ଧର୍ଯ୍ୟ ଓ ନୈତିକତାର ରଙ୍ଗରେ ନିଜକୁ ରଙ୍ଗେଈ ଭାରତ ମାଆର ନାଁ କରିବା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୧୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବିକଶିତ ଭାରତରେ ଛାତ୍ରଙ୍କ ଭୂମିକା” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ଛାତ୍ର ପ୍ରୀତମ ହିଆଲ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ହାର୍ଦିକ ମୀନା ଦୂତୀୟ ସ୍ଥାନ ଅଧିକାର କରିଥିବାବେଳେ ଜୋଶେଫ କରକରିଆ ତୃତୀୟ ସ୍ଥାନ ଅଧିକାର ହାସଲ କରିଥିବା ବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ସାଇପ୍ରିୟା ୱେଲଫର ଟ୍ରଷ୍ଟର ସମ୍ପାଦକ ଶ୍ରୀ ଦୟାନନ୍ଦ ଖାଡ଼ଙ୍ଗା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଭ୍ୟ ବରଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଓ ମହିଳା ସଭ୍ୟା ଗୀତାରାଣୀ ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.