କେନ୍ଦୁଝର,ତା୧୩/୮- କେନ୍ଦୁଝର ନଗର ମଣ୍ଡଳ ବିଜେପି ପକ୍ଷରୁ ବୁଧବାର ସ୍ଵାଧୀନତା ଦିବସର ଅବ୍ୟବହିତି ପୂର୍ବରୁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ନଗର ମଣ୍ଡଳ ସଭାପତି ଅସିତ ନନ୍ଦନ ମହାନ୍ତିଙ୍କ ନେତୃତ୍ୱରେ କେନ୍ଦୁଝର ସହରର ବଡଦାଣ୍ଡ ନିକଟରୁ ଏକ ବାଇକ ରାଲିରେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ତ୍ରିରଙ୍ଗା ପତାକା ଧରି ସହର ପରିକ୍ରମା କରିଥିଲେ। ସାରା ଦେଶରେ ଏହି ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କେନ୍ଦୁଝର ନଗରରେ ମଧ୍ୟ ତ୍ରିରଙ୍ଗା ଯାତ୍ରାକୁ ନେଇ ବିଜେପି କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ତ୍ରିରଙ୍ଗା ଯାତ୍ରା ରେ କେନ୍ଦୁଝର ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ,କିରଣ ବାଳା ନାୟକ,ବିଶ୍ୱଜିତ ତ୍ରିପାଠୀ,ଦିଲ୍ଲୀପ କୁମାର ପଣ୍ଡା,ନଗର ସାଧାରଣ ସମ୍ପାଦକ ରାଜେନ୍ଦ୍ର ପାତ୍ର,ପ୍ରକାଶ ସୂତ୍ରଧର,ଲୋକସଭା ମିଡ଼ିଆ ସଂଯୋଜକ ବ୍ରଜକିଶୋର ରାୟ,ସାବିତ୍ରୀ ବିଶ୍ୱାଳ,ରାଜେନ୍ଦ୍ର ନାଏକ,ଶ୍ୟାମ ସୁନ୍ଦର ନାଏକ,ନଗର ସମ୍ପାଦକ ଦୁର୍ଗା ବାରିକ,ସୁବ୍ରତ ମହାନ୍ତି,ଭାରତ ଭୂଷଣ କୁଅଁର,ଅଜୟ ପାତ୍ର, ଦୁର୍ଯ୍ୟୋଧନ ସାହୁ, ସତ୍ୟନାରାୟଣ ବାରିକ,ଦେବାଶିଷ ଦାସ, ଜଗମୋହନ କର, ସୁରଜ ବାରିକ, ସମ୍ବିତ ପ୍ରଧାନ, ଆଶୀର୍ବାଦ ନନ୍ଦ, ସୌରଭ ସାହୁ ତଥା ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
Sign in
Sign in
Recover your password.
A password will be e-mailed to you.