ଯାଜପୁରରେ ଭାରତ ରତ୍ନ ଡଃ ଆମ୍ୱେଦକରଙ୍କ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

0

ଯାଜପୁର:ସମ୍ୱିଧାନ ପ୍ରଣେତା ଭାରତ ରତ୍ନ  ଡଃ ଭୀମରାଓ ଆମ୍ୱେଦକରଙ୍କର ଦେଶ ପାଇଁ ଅବଦାନ ଚୀର ସ୍ମରଣୀୟ ।  ଆଜି ସାମାଜିକ କ୍ଷେତ୍ରରେ ଯେଊଁ ବିରାଟ ପରିବର୍ତ୍ତନ ଘଟିଚ୍ଥି ତାହାର ଶ୍ରେୟ ଡଃ ଆମ୍ୱେଦକରଙ୍କର ବୋଲି ଅତିରିକ୍ତ ଜିଲ୍ଳ୍ାପାଳ ବ୍ରଜବନ୍ଧୁ ଭୋଳ ମତବ୍ୟକ୍ତ କରିଚ୍ଥନ୍ତି ।  ବୁଧବାର  ସକାଳେ ଆମ୍ୱେଦକରଙ୍କ ଶ୍ରାଦ୍ଧ ଦିବସ ଊପଲକ୍ଷେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।   ପୂଜ୍ୟ ପୂଜାର ସମ୍ମାନ ଆମ ସଂସ୍କୃତିର ମୂଳମନ୍ତ୍ର  ।  ଆମ୍ୱେଦକରଙ୍କ ଭଳି ମହାମାନବଙ୍କ ସ୍ମୃତି ତର୍ପଣ ଆମ ପାଇଁ ଗର୍ବ ଓ ଗୈାରବର କଥା ।  ତାଙ୍କର ଅବଦାନ ଆମ ଦେଶକୁ ସମୃଦ୍ଧ କରିଚ୍ଥି ବୋଲି ଶ୍ରୀ ଭୋଳ କହିଥିଲେ ।  ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ବରିଷ୍ଠ  ସାମ୍ୱାଦିକ ଆନନ୍ଦ ଚନ୍ଦ୍ର ସାହୁ, ସମାଜ ସେବୀ ନିଶିଥ ଦାସ, ଅଧ୍ୟାପକ ବଳରାମ ମହାନ୍ତି, ଡି.ପି.ଏମ୍. ଦେବାଶିଷ ପ୍ରଧାନ. ଯୋଗ ଗୁରୁ ମନ୍ମଥ କୁମାର ସାମଲ, ଗୋପିନାଥ ସେଠୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସରୋଜ ଜେନା, ଶରତ ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ମିଶ୍ର ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଏବଂ  ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦେଇ ମାଲ୍ୟାର୍ପଣ କରିଥିଲେ । 

 

 

Leave A Reply

Your email address will not be published.