ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ : ନବମ ଥର ପାଇଁ ରାଜ୍ୟ ସ୍ତରୀୟ ଯାଜପୁର ପୁସ୍ତକ ମେଳା ଆୟୋଜନ ହେବାକୁ ଯାଉଚ୍ଥି । ଡିସେମ୍ୱର ୨୩ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲା ସ୍କୁଲ ପଡିଆରେ ଏହା ହେବ । ତେଣୁ ବିଗତ ବର୍ଷ ମାନଙ୍କ ଭଳି ବିଭିନ୍ନ ବିଭାଗ ଏଥିରେ ସହଯୋଗ କରିବାକୁ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଅନୁରୋଧ କରିଚ୍ଥନ୍ତି । ସୋମବାର ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିନି ସମ୍ମିଳନୀ କକ୍ଷରେ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ପୁସ୍ତକ ମେଳା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଉପଲାଇଲ୍ଲାପାଳ ଶ୍ରୀ ଧଳ ଚଳିତ ପୁସ୍ତକ ମେଳାକୁ ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପରିଚାଳନା ସଂପର୍କରେ ଗୁରୁତ୍ୱ ଦେଇଥିଲେ । ଯେଊଁ ପ୍ରକାଶକ ବା ପୁସ୍ତକ ବିକ୍ରେତା ମାନେ ଆସୁଚ୍ଥନ୍ତି ସେମାନଙ୍କୁ ମୈିାଳିକ ସୁବିଧା ଓ ସେବା ଯୋଗାଇ ଦେବା ସହ ପୁସ୍ତକ ଗୁଡିକର ସୁରକ୍ଷା, ଆଇନ ଶୃଙ୍ଖଳା, ପାନୀୟ ଜଳ, ଅଗ୍ନି ନିର୍ବାପକ ବ୍ୟବସ୍ଥା, ପଡିଆ ସମତୁଲ ଇତ୍ୟାଦି ସଂପର୍କରେ ଆଲୋଚନା କରି ଶ୍ରୀ ଧଳ ବିଗତ ବର୍ଷ ମାନଙ୍କ ଭଳି ମେଳା ଆରମ୍ଭର ଅନ୍ତତଃ ଏକ ସପ୍ତାହ ଆଗରୁ ସମସ୍ତ କାର୍ଯ୍ୟକୁ ସଂପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ନିଷ୍ପତ୍ତି ହେଲା ଯେ, ସାଧାରଣ ଲୋକ ଓ ପୁସ୍ତକ ବିକ୍ରେତା ମାନଙ୍କ ପାଇଁ ଅସ୍ଥାୟୀ ଶୈାଚାଳୟ ବ୍ୟବସ୍ଥା, ବିଭିନ୍ନ ଶିକ୍ଷାନୁଷ୍ଠାନ ଚ୍ଥାତ୍ର ଚ୍ଥାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମେଳା ପରିଦର୍ଶନ ଓ ପୁସ୍ତକ କ୍ରୟ ବ୍ୟବସ୍ଥା କରାଯିବା ପାଇଁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯିବ । ଦୈନିକ ସଂଧ୍ୟାରେ କୁଇଜ୍, ସାହିତ୍ୟ ଆଲୋଚନା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ଅନୁଷ୍ଠିତ ହେବ । ସମସ୍ତ କାର୍ଯ୍ୟକୁ ସୁନିୟନ୍ତ୍ରିତ କରିବାକୁ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କ ଯୋଗାଯୋଗ ନମ୍ୱର ରଖିବା, ମେଳା ମଧ୍ୟରେ ଏକ ନିୟନ୍ତ୍ରଣ କକ୍ଷ ଖୋଲିବାକୁ ସ୍ଥ୍ରିର ହେଲା । ପ୍ରାରମ୍ଭରେ ଅନନ୍ୟାର ସଭାପତି ସନ୍ତୋଷ କୁମାର ନନ୍ଦ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୁସ୍ତକ ମେଳା କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଆଇ.ଆଇ.ସି. ପ୍ରଶାନ୍ତ କୁମାର ମଲ୍ଳ୍ , ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୁତାର, ଏ.ଡି.ଇ.ଓ. ପ୍ରମୋଦ କୁମାର ଷଢଙ୍ଗୀ, ଜନସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଅବନୀ କୁମାର ଖୁଣ୍ଟିଆ, ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ବିଦୁ୍ୟତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସ୍ୱାଇଁ, ଆଲୋକ ଦାସ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରପୁଂଲ କୁମାର ସାହୁ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ମିହିର ମହାପାତ୍ର, ଅନନ୍ୟାର ଉପସଭାପତି ବିଭୂତି ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଅନନ୍ୟାର ସଂପାଦକ କାହ୍ନୁ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।